ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମକୁରୁ ଅନ୍ୟ ଧର୍ମ (ଖ୍ରୀଷ୍ଟ ଧର୍ମ) ଗ୍ରହଣ କରିଥିବାରୁ ହିନ୍ଦୁଲୋକମାନେ ନିଜ ସମାଧି ସ୍ଥଳରେ ପୋତିବାକୁ ଦେଇ ନ ଥିଲେ। ଫଳରେ ଦୀର୍ଘ ୩୨ଘଣ୍ଟା ଧରି ଶବ ପଡ଼ି ରହିଥିଲା। ମକୁରୁର ଭାଇ ଘଟଗାଁ ଥାନାରେ ଶବ ପୋତିବାକୁ ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଏହା ପରେପାଟଣା ତହସିଲ ଦାର ଅଶିନୀ କୁମାର ନାଏକ,ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନା ଅଧିକାରୀ ଶୁଭ୍ରାଂଶୁ ଜେନାଙ୍କ ହସ୍ତକ୍ଷପ ପରେ ଦୀର୍ଘ ୩୨ଘଣ୍ଟା ପରେ ଘଟଗାଁ ଥାନା ଏଏସ ଆଇ ବାସୁଦେବ ମିର୍ଦ୍ଧାଙ୍କ ଉପସ୍ଥିତିରେ ଶବଦାହ କରାଯାଇଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।
Dharitri – Odisha’s No.1 Odia Daily


