ମା’ ହେବାର ମାସକ ପରେ କାମକୁ ଫେରିଲେ ବେବୋ, ହେବାକୁ ପଡ଼ିଲା ଟ୍ରୋଲ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତଥା ବେବୋ ଦ୍ୱିତୀୟ ଥର ମା’ ହେବାର ମାସକ ପରେ ପୁଣି କାମକୁ ଫେରିଛନ୍ତି। ସେ୨୧ ଫେବୃୟାରୀରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସେ ଘରେ ରହି ପୁଅ ସହ ସମୟ ବିତାଉଥିଲେ। ସେ ପ୍ରସବ ପୂର୍ବରୁ ମଧ୍ୟ ବହୁତ ସକ୍ରିୟ ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଫଟୋ ଶେୟାର କରିଥିଲେ। ବର୍ତ୍ତମାନ ବେବୋ ପୁଣି ଥରେ କାମକୁ ଫେରିଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ହୋଇଛି। କରୀନା ଏକ ଶୁଟିଂରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି।
କରୀନାଙ୍କ ଏହି ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ପୁଣିଥରେ ତାଙ୍କ ପୂର୍ବ ଅବସ୍ଥାକୁ ଫେରିଛନ୍ତି । ବେବୋଙ୍କର ଏହି ଲୁକ୍‌କୁ ପ୍ରଶଂସକ ବହୁତ ପସନ୍ଦ କରିଥିବା ବେଳେ ଏତେ ଶୀଘ୍ର କାମକୁ ଫେରିଥିବା ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି।

Share