ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା କରାଯାଇଛି। ବେବିନାଙ୍କ ହତ୍ୟା ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ଏହି ଘଟଣାରେ ପୋଲିସ ସାଗର ଦଳେଇ(୨୦) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ା ତାଙ୍କ ସୂଚନା ଅନୁଯାୟୀ, ବୁଧବାର ବେବିନାଙ୍କ ମୃତଦେହ ବୁଦା ଭିତରୁ ଜବତ କରାଯାଇଛି ା ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ସ୍ଥାନରୁ ମିଳିଛି। ବେବିନାଙ୍କୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି। ନିଖୋଜର ୪ ଦିନ ପରେ ପୋଲିସ ବେବିନାଙ୍କ ମୃତଦେହ ଜବତ କରିବା ପରେ ନୂଆଗାଁ ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ବେବିନା ଗଁା ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ପରିବାର ପକ୍ଷରୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନ ଥିଲା । ୧୩ ତାରିଖରେ ବାଣିଗୋଛା ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ୪ ଦିନ ଧରି ସର୍ଚ୍ଚ ଅପରେଶନ ଜାରି ରହିଥିଲା। ତେବେ ବେବିନା ସମ୍ପର୍କରେ ପୋଲିସ କିଛି ସୂଚନା ପାଉ ନ ଥିଲା। ଏଭଳିସ୍ଥଳେ କୌଣସି ସୂତ୍ରରୁ ଗଁାର ସାଗର ଦଳେଇ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ସାଗରଙ୍କୁ ଅଟକ ରଖି ମଙ୍ଗଳବାରଠାରୁ ପଚରାଉଚୁରା କରୁଥିଲା। ବୁଧବାର କନ୍ଧମାଳରୁ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ମଧ୍ୟ କିଛି ନ ପାଇ ଫେରିଥିଲା। ନୟାଗଡ଼ ଏସ୍‌ପି ଓ ଏସ୍‌ଡିପିଓ ବେବିନାଙ୍କ ଗଁାକୁ ଯାଇ ତଦନ୍ତ କରିଥିଲେ। ବାରମ୍ବାର ଜେରା ପରେ ବୁଧବାର ପୋଲିସ ନିକଟରେ ସାଗର ମୁହଁ ଖୋଲିଥିଲେ। ବେବିନାଙ୍କୁ ହତ୍ୟା କରିଥିବା ସେ ସ୍ବୀକାର କରିଥିଲେ । ବୁଦା ଭିତରେ ମୃତଦେହ ଫୋପାଡ଼ିଥିବା କହିଥିଲେ। ଏନେଇ ବାଣିଗୋଛା ଥାନା ଆଇଆଇସି ବୈଦ୍ୟନାଥ ଭୋଇ କୁହନ୍ତି, ହତ୍ୟାକାରୀ ସାଗରଙ୍କ ସୂଚନା ଅନୁସାରେ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଜବତ ହୋଇଛି। ସେ ଶିଶୁକନ୍ୟାଙ୍କୁ କାହିଁକି ହତ୍ୟା କଲେ, ବଳାକତ୍ାର ହୋଇଛି କି ନାହିଁ ସେ ନେଇ ସାଗର କିଛି କହିନାହାନ୍ତି। ହତ୍ୟା କରିବା ପରେ ସେ ମୃତଦେହ ଫୋପାଡ଼ି ଦେଇଥିବା କହୁଛନ୍ତି। ପୁଣି କେଉଁଥିରେ ମୁଣ୍ଡ ଗଣ୍ଡି ଅଲଗା କରାଯାଇଛି ସେ ସଂକ୍ରାନ୍ତରେ ଅଭିଯୁକ୍ତ କୌଣସି ସୂଚନା ଦେଇନାହାନ୍ତି। ତଦନ୍ତ ଚାଲୁ ରହିଛି । ପୋଲିସ ଏକ ମାମଲା (ନଂ.୨୯/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା(ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବାର...

ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ...

ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ

କୋରୁକୋଣ୍ଡା,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ବାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା ମିଳିଛି। ମାଲକାନଗିରି...

ରାଜ୍ୟରୁ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୪।୯(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୫୨ କ୍ବାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ...

ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ନୟାଗଡ ଅଫିସ,୨୨।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ମାମଲାରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମୁଖ୍ୟ...

ସୁରକ୍ଷା ଦାବି କଲା ହସ୍ପିଟାଲ ବଞ୍ଚାଅ ଅଭିଯାନ: ଡାକ୍ତରଖାନାରେ ଧାରଣାରେ ବସିଲେ

ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଭୋରରୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ସେଠାରେ ସୁରକ୍ଷା ଚିନ୍ତା...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼,୨୬।୯(ଡି.ଏନ୍‌.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ,...

Advertisement
Archives

Model This Week