ମୁଗ ଡାଲିରୁ ସୌନ୍ଦର୍ଯ୍ୟ

ମୁଗ ଡାଲିକୁ ରାତି ସାରା ଭିଜାଇ ସକାଳୁ ଏହାର ପେଷ୍ଟ ତିଆରି କରି ଦିଅନ୍ତୁ। ଏହି ପେଷ୍ଟରେ କିଛି ବାଦାମ ତେଲ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ। ପ୍ରାୟ ୨୦ ମିନିଟ୍‌ ପରେ ମୁହଁକୁ ଖାଲି ପାଣିରେ ଧୋଇ ଦିଅନ୍ତୁ।
ମୁଗ ଡାଲିକୁ ରାତି ସାରା କଞ୍ଚା କ୍ଷୀରରେ ଭିଜାଇ ରଖନ୍ତୁ। ସକାଳୁ ଏହାର ପେଷ୍ଟ ତିଆରି କରି ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଏହାପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ।
୪ ଚାମଚ ମୁଗକୁ ରାତି ସାରା ଭିଜାଇ ତା’ର ପେଷ୍ଟ ତିଆରି କରନ୍ତୁ। ସେଥିରେ କମଳା ଚୋପାର ଗୁଣ୍ଡ ୨ ଚାମଚ ଏବଂ ୨ ଚାମଚ ଚନ୍ଦନ ପାଉଡର ମିଶାଇ ସ୍କ୍ରବ୍‌ ତିଆରି କରି ଲଗାନ୍ତୁ। ଏହି ପେଷ୍ଟ ଅଧିକ ଗାଢ଼ା ହୋଇଗଲେ ଏଥିରେ କିଛି କ୍ଷୀର ମିଶାନ୍ତୁ। ଏହାକୁ ଅତି କମ୍‌ରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ସ୍କ୍ରବ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ବାରମ୍ବାର ଏପରି ସ୍କ୍ରବ କରିବା ଫଳରେ ମୁହଁରେ ଥିବା ଅନାବଶ୍ୟକ ଲୋମ ସବୁ ବାହାରି ଯାଇଥାଏ।
ମୁଗ ଡାଲିର ପେଷ୍ଟରେ ଦହି ମିଶାଇ ଏହାର ପେଷ୍ଟକୁ ମୁହଁରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ମୁଗ ଡାଲିର ପେଷ୍ଟରେ ୨ ଚାମଚ ଘିଅ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ପ୍ରତିଦିନ ଏଭଳି ପେଷ୍ଟ ତିଆରି କରି ଲଗାଇବା ଫଳରେ ମୁହଁରେ ଥିବା ବ୍ରଣ ସମସ୍ୟା ରହି ନ ଥାଏ ଏବଂ ତ୍ୱଚା ଧୀରେ ଧୀରେ କୋମଳ ତଥା ସୁନ୍ଦର ହୋଇଥାଏ।