ଫୁଲରୁ ସୌନ୍ଦର୍ଯ୍ୟ

ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ଫୁଲର ବ୍ୟବହାର ସବୁଠୁ ଅଧିକ ହୋଇଥାଏ ବୋଲି ସର୍ବେକ୍ଷଣ କୁହେ। କାରଣ ଫୁଲରେ ଏମିତି ଅନେକ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସ ରହିଥାଏ, ଯାହା କେତେକ ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଏହା ତ୍ୱଚାକୁ କେବଳ ମଇଶ୍ଚରାଇଜ୍‌ କରିଥାଏ ତାହା ନୁହେଁ ଅଧିକନ୍ତୁ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ପାଇଁ ବ୍ରଣ ତଥା କଳାଦାଗ ସମସ୍ୟାରୁ ବି ଅନେକାଂଶରେ ଉପଶମ ମିଳିଥାଏ। ତେବେ କେଉଁ ଫୁଲକୁ କିଭଳି ବ୍ୟବହାର କଲେ ତ୍ୱଚା ଆକର୍ଷଣୀୟ ହେବା ସହ ବିଭିନ୍ନ ତ୍ୱଚାଜନିତ ସମସ୍ୟା ଦୂର ହେଇପାରିବ ଜାଣନ୍ତୁ ସେ ସମ୍ପର୍କରେ…
* ଗୋଲାପ ଫୁଲ: ଏହି ଫୁଲ ସାଧାରଣତଃ ହାଇଡ୍ରେଟିଙ୍ଗ୍‌ ତଥା କୁଲିଂ ନେଚର୍‌ର ହୋଇଥାଏ। ସେଥିପାଇଁ ଅନେକେ ତ୍ୱଚାକୁ ମଇଶ୍ଚରାଇଜ୍‌ କରିବାକୁ ତଥା ତ୍ୱଚାରେ ଥିବା ପୋର୍ସକୁ ବନ୍ଦ କରିବାକୁ ମୁହଁରେ ଗୋଲାପ ଜଳ ଲଗାଇଥାନ୍ତି। ତେବେ ବ୍ୟୁଟିସିଆନ୍‌ଙ୍କ ମତରେ ଯଦି ଆପଣଙ୍କ ପାଖରେ ଗୋଲାପ ଜଳ ନାହିଁ, ତା’ହେଲେ କିଛି ଗୋଲାପ ଫୁଲର ପାଖୁଡ଼ାକୁ ବାଟି ମୁହଁରେ ସିଧାସଳଖ ଲଗାଇଲେ ବି ଅନେକ ସୁଫଳ ମିଳିପାରିବ।
* ପଦ୍ମ ଫୁଲ: ଏହି ଫୁଲରେ ପ୍ରଚୁର ପରିମାଣରେ ଭିଟାମିନ୍ସ ରହିଥାଏ, ଯାହା ତ୍ୱଚାକୁ ଆର୍ଦ୍ର ରଖିବାରେ ସହାୟକ ହୋଇଥାଏ। ତା’ଛଡ଼ା ଏଥିରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ବି ଥାଏ। ତେଣୁ ପଦ୍ମ ଫୁଲର ପାଖୁଡ଼ାକୁ ବାଟି ମୁହଁରେ କିଛିଦିନ ଲଗାଇଲେ ବୟସ ଛାପ ଧୀରେ ଧୀରେ କମିବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ଗେଣ୍ଡୁ ଫୁଲ: ଶୀତଦିନେ ମୁଖ୍ୟତଃ ଗେଣ୍ଡୁଫୁଲ ବହୁତ ପରିମାଣରେ ମିଳିଥାଏ। କିନ୍ତୁ ଆଜିକାଲି ମାର୍କେଟ୍‌ରେ ବାରମାସୀ ଗେଣ୍ଡୁଫୁଲ ଦେଖିବାକୁ ମିଳୁଛି। ତେବେ ସେ ଯାହା ବି ହେଉ, ଗେଣ୍ଡୁ ଫୁଲରେ ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ରହୁଥିବାରୁ ଏହାକୁ ବାଟି ମୁହଁରେ ଲଗାଇଲେ ତ୍ୱଚା କୋମଳ ହେବା ସହ ବୟସ ଛାପ ଧୀରେ ଧୀରେ କମିଥାଏ ବୋଲି ବ୍ୟୁଟିସିଆନ୍‌ମାନେ ମତ ଦେଇଥାନ୍ତି।
* ମଲ୍ଲୀ ଫୁଲ: ସାଧାରଣତଃ ଏହି ଫୁଲକୁ ବିଭିନ୍ନ ପ୍ରକାରର ଲୋଶନ, ଫେଶ୍‌ କ୍ରିମ୍‌, ସାବୁନ ତଥା କେତେକ ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ବ୍ୟବହାର କରାଯାଇଥାଏ। ଆପଣ ଚାହିଁଲେ ତ୍ୱଚାରେ ଚମକ ଆଣିବା ପାଇଁ ଏହି ଫୁଲକୁ ବାଟି ମୁହଁରେ ଲଗାଇପାରିବେ। ନଚେତ୍‌ ସଫା ପାଣିରେ କିଛି ସମୟ ପାଇଁ ଉକ୍ତ ଫୁଲକୁ ବତୁରାଇ ତାହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରିଦେବେ। ପ୍ରତିଦିନ ସେହି ପାଣିକୁ ତୁଳାରେ ନେଇ ମୁହଁକୁ ପୋଛିଲେ ତ୍ୱଚା କୋମଳ ହେବା ସହ ଚମକ ଆସିଥାଏ ବୋଲି କୁହାଯାଏ।
* ସୂର୍ଯ୍ୟମୁଖୀ ଫୁଲ: ତ୍ୱଚାରେ ସନ୍‌ବର୍ନ ସମସ୍ୟା ଦେଖାଯାଉଥିଲେ କିଛି ସୂର୍ଯ୍ୟମୁଖୀ ଫୁଲର ପାଖୁଡ଼ାକୁ ବାଟି ମୁହଁରେ ଲଗାଇଲେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯାଏ ବୋଲି କୁହାଯାଏ।
* ଯୂଇ, ଚମ୍ପା ତଥା ମଲ୍ଲୀ ଫୁଲ: ଏହି ତିନୋଟି ଫୁଲରୁ କିଛି କିଛି ନେଇ ନଡ଼ିଆ ତେଲରେ ଭଲ ଭାବେ ଫୁଟାଇ
ତାହାକୁ ଛାଣି ଗୋଟିଏ ବୋତଲରେ ରଖିବେ। ପ୍ରତିଦିନ ସେହି ତେଲକୁ ଶରୀରରେ ମାଲିସ କଲେ ତ୍ୱଚାର
ରୁକ୍ଷପଣ ଦୂର ହୋଇଥାଏ। ତା’ସହିତ ଏହି ତେଲକୁ କେଶରେ ଲଗାଇଲେ ମଧ୍ୟ କେଶ କଳା ଏବଂ ମୁଲାୟମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନ ପାଇଁ ଦହି: ବୃଦ୍ଧି ପାଇଥାଏ ରୋଗପ୍ରତିରୋଧକ ଶକ୍ତି

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି...

ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ...

ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବ ସଫ୍ଟଓ୍ବେର

ଆଜିକାଲି କ୍ୟାନ୍‌ସରକୁ କିପରି ସହଜରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି। ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛନ୍ତି ଲଣ୍ଡନ...

ଅଳ୍ପ ବୟସରେ ହୃଦ୍‌ରୋଗ

ସୈନ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୭ ବର୍ଷର କିଶୋରଠାରେ ବାଇପାସ୍‌ ସର୍ଜରି ହୋଇସାରିଲାଣି। ତା’ର ରକ୍ତ-କୋଲେଷ୍ଟରଲ୍‌ର ମାତ୍ରା ଅନୁମୋଦିତ ସ୍ତରରେ ରହିଥିଲା, ତଥାପି ତା’ର...

ଅସନ୍ତୁଳିତ ଖାଦ୍ୟ ଓ ଡାଇବେଟିସ୍‌

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର...

ଉପକାରୀ ପିଜୁଳି

ପିଜୁଳିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ...

ଇଣ୍ଟର୍ନଶିପ୍

କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ଚାବିକାଠି ହେଉଛି କାର୍ଯ୍ୟଦକ୍ଷତା। ଏହା ଯାହା ପାଖରେ ଯେତେ ଅଧିକ, କର୍ମକ୍ଷେତ୍ରରେ ତା’ର ସ୍ଥିତି ସେତେ ମଜଭୁତ୍‌ ଏବଂ ସଫଳତାର...

ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ।...

Advertisement
Archives

Model This Week