ଫୁଲରୁ ସୌନ୍ଦର୍ଯ୍ୟ

ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ଫୁଲର ବ୍ୟବହାର ସବୁଠୁ ଅଧିକ ହୋଇଥାଏ ବୋଲି ସର୍ବେକ୍ଷଣ କୁହେ। କାରଣ ଫୁଲରେ ଏମିତି ଅନେକ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସ ରହିଥାଏ, ଯାହା କେତେକ ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଏହା ତ୍ୱଚାକୁ କେବଳ ମଇଶ୍ଚରାଇଜ୍‌ କରିଥାଏ ତାହା ନୁହେଁ ଅଧିକନ୍ତୁ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ପାଇଁ ବ୍ରଣ ତଥା କଳାଦାଗ ସମସ୍ୟାରୁ ବି ଅନେକାଂଶରେ ଉପଶମ ମିଳିଥାଏ। ତେବେ କେଉଁ ଫୁଲକୁ କିଭଳି ବ୍ୟବହାର କଲେ ତ୍ୱଚା ଆକର୍ଷଣୀୟ ହେବା ସହ ବିଭିନ୍ନ ତ୍ୱଚାଜନିତ ସମସ୍ୟା ଦୂର ହେଇପାରିବ ଜାଣନ୍ତୁ ସେ ସମ୍ପର୍କରେ…
* ଗୋଲାପ ଫୁଲ: ଏହି ଫୁଲ ସାଧାରଣତଃ ହାଇଡ୍ରେଟିଙ୍ଗ୍‌ ତଥା କୁଲିଂ ନେଚର୍‌ର ହୋଇଥାଏ। ସେଥିପାଇଁ ଅନେକେ ତ୍ୱଚାକୁ ମଇଶ୍ଚରାଇଜ୍‌ କରିବାକୁ ତଥା ତ୍ୱଚାରେ ଥିବା ପୋର୍ସକୁ ବନ୍ଦ କରିବାକୁ ମୁହଁରେ ଗୋଲାପ ଜଳ ଲଗାଇଥାନ୍ତି। ତେବେ ବ୍ୟୁଟିସିଆନ୍‌ଙ୍କ ମତରେ ଯଦି ଆପଣଙ୍କ ପାଖରେ ଗୋଲାପ ଜଳ ନାହିଁ, ତା’ହେଲେ କିଛି ଗୋଲାପ ଫୁଲର ପାଖୁଡ଼ାକୁ ବାଟି ମୁହଁରେ ସିଧାସଳଖ ଲଗାଇଲେ ବି ଅନେକ ସୁଫଳ ମିଳିପାରିବ।
* ପଦ୍ମ ଫୁଲ: ଏହି ଫୁଲରେ ପ୍ରଚୁର ପରିମାଣରେ ଭିଟାମିନ୍ସ ରହିଥାଏ, ଯାହା ତ୍ୱଚାକୁ ଆର୍ଦ୍ର ରଖିବାରେ ସହାୟକ ହୋଇଥାଏ। ତା’ଛଡ଼ା ଏଥିରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ବି ଥାଏ। ତେଣୁ ପଦ୍ମ ଫୁଲର ପାଖୁଡ଼ାକୁ ବାଟି ମୁହଁରେ କିଛିଦିନ ଲଗାଇଲେ ବୟସ ଛାପ ଧୀରେ ଧୀରେ କମିବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ଗେଣ୍ଡୁ ଫୁଲ: ଶୀତଦିନେ ମୁଖ୍ୟତଃ ଗେଣ୍ଡୁଫୁଲ ବହୁତ ପରିମାଣରେ ମିଳିଥାଏ। କିନ୍ତୁ ଆଜିକାଲି ମାର୍କେଟ୍‌ରେ ବାରମାସୀ ଗେଣ୍ଡୁଫୁଲ ଦେଖିବାକୁ ମିଳୁଛି। ତେବେ ସେ ଯାହା ବି ହେଉ, ଗେଣ୍ଡୁ ଫୁଲରେ ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ରହୁଥିବାରୁ ଏହାକୁ ବାଟି ମୁହଁରେ ଲଗାଇଲେ ତ୍ୱଚା କୋମଳ ହେବା ସହ ବୟସ ଛାପ ଧୀରେ ଧୀରେ କମିଥାଏ ବୋଲି ବ୍ୟୁଟିସିଆନ୍‌ମାନେ ମତ ଦେଇଥାନ୍ତି।
* ମଲ୍ଲୀ ଫୁଲ: ସାଧାରଣତଃ ଏହି ଫୁଲକୁ ବିଭିନ୍ନ ପ୍ରକାରର ଲୋଶନ, ଫେଶ୍‌ କ୍ରିମ୍‌, ସାବୁନ ତଥା କେତେକ ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ବ୍ୟବହାର କରାଯାଇଥାଏ। ଆପଣ ଚାହିଁଲେ ତ୍ୱଚାରେ ଚମକ ଆଣିବା ପାଇଁ ଏହି ଫୁଲକୁ ବାଟି ମୁହଁରେ ଲଗାଇପାରିବେ। ନଚେତ୍‌ ସଫା ପାଣିରେ କିଛି ସମୟ ପାଇଁ ଉକ୍ତ ଫୁଲକୁ ବତୁରାଇ ତାହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରିଦେବେ। ପ୍ରତିଦିନ ସେହି ପାଣିକୁ ତୁଳାରେ ନେଇ ମୁହଁକୁ ପୋଛିଲେ ତ୍ୱଚା କୋମଳ ହେବା ସହ ଚମକ ଆସିଥାଏ ବୋଲି କୁହାଯାଏ।
* ସୂର୍ଯ୍ୟମୁଖୀ ଫୁଲ: ତ୍ୱଚାରେ ସନ୍‌ବର୍ନ ସମସ୍ୟା ଦେଖାଯାଉଥିଲେ କିଛି ସୂର୍ଯ୍ୟମୁଖୀ ଫୁଲର ପାଖୁଡ଼ାକୁ ବାଟି ମୁହଁରେ ଲଗାଇଲେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯାଏ ବୋଲି କୁହାଯାଏ।
* ଯୂଇ, ଚମ୍ପା ତଥା ମଲ୍ଲୀ ଫୁଲ: ଏହି ତିନୋଟି ଫୁଲରୁ କିଛି କିଛି ନେଇ ନଡ଼ିଆ ତେଲରେ ଭଲ ଭାବେ ଫୁଟାଇ
ତାହାକୁ ଛାଣି ଗୋଟିଏ ବୋତଲରେ ରଖିବେ। ପ୍ରତିଦିନ ସେହି ତେଲକୁ ଶରୀରରେ ମାଲିସ କଲେ ତ୍ୱଚାର
ରୁକ୍ଷପଣ ଦୂର ହୋଇଥାଏ। ତା’ସହିତ ଏହି ତେଲକୁ କେଶରେ ଲଗାଇଲେ ମଧ୍ୟ କେଶ କଳା ଏବଂ ମୁଲାୟମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri