Posted inଫୁରସତ

ସୌନ୍ଦର୍ଯ୍ୟପୂର୍ଣ୍ଣ ନଗରକୋଏଲ

ତାମିଲନାଡ଼ୁସ୍ଥିତ କନ୍ୟାକୁମାରୀର ଖୁବ୍‌ ନିକଟରେ ରହିଛି ଏହି ସହରଟି । ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ଏହା ଅତ୍ୟନ୍ତ ସମୃଦ୍ଧ। କୁହାଯାଏ, ଏହି ସହର ଉପରେ କୁଆଡ଼େ ପ୍ରକୃତି ମାତାଙ୍କର ଖୁବ୍‌ ଆଶୀର୍ବାଦ ରହିଛି। କାରଣ ଏଠାରେ ଦେଖିବାକୁ ମିଳୁଥିବା ଦର୍ଶନୀୟ ସ୍ଥାନଗୁଡ଼ିକ ହୋଇଥାଏ ଖୁବ୍‌ ମନଛୁଆଁ ତଥା ଆଖିଦୃଶିଆ..

ନଗରକୋଏଲ ତାମିଲନାଡ଼ୁସ୍ଥିତ ଏକ ସହର, ଯାହା କନ୍ୟାକୁମାରୀର ଖୁବ୍‌ ନିକଟରେ ରହିଛି। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଏହି ସହର ଯେତିକି ସମୃଦ୍ଧ ସେତିକି ଶାନ୍ତିପ୍ରିୟ ଏଠାକାର ବାସିନ୍ଦା। ବ୍ୟସ୍ତମୟ ଜୀବନରୁ ଟିକେ କ୍ଷାନ୍ତ ପାଇବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ହେଉଛି ଏକ ଆକର୍ଷଣୀୟ ସ୍ଥାନ। କୁହାଯାଏ, ପ୍ରକୃତି ମାତାଙ୍କର ବି ଆଶୀର୍ବାଦ ରହିଛି ଏହି ସହର ଉପରେ। ସେଥିପାଇଁ ତ ଏଠାରେ ଦେଖିବାକୁ ମିଳିଥାଏ ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ।
ସହରକୁ ନେଇ ଇତିହାସ
କିମ୍ବଦନ୍ତୀ ଅନୁସାରେ, ଏହି ସହରର ଏପରି ନାମକରଣ ସହରର ମଧ୍ୟ ଭାଗରେ ଥିବା ନାଗରାଜ ମନ୍ଦିରର ନାମାନୁସାରେ ହୋଇଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ମନ୍ଦିରଟି କୁଆଡ଼େ ସେଠାରେ ଖୁବ୍‌ ଲୋକପ୍ରିୟ। ମୁଖ୍ୟତଃ ହିନ୍ଦୁଧର୍ମାବଲମ୍ବୀ ଲୋକଙ୍କର ଏଠାରେ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ଏହି ସହରର ବାସିନ୍ଦା ନିଜର ସମୃଦ୍ଧ ଇତିହାସ ଉପରେ ମଧ୍ୟ ଖୁବ୍‌ ଗର୍ବ ଅନୁଭବ କରିଥାନ୍ତି; ଯାହା ଥିଲା ବେଶ୍‌ ବୈଭବ ଓ ସାହସରେ ଭରା। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ତ୍ରାଓଣକୋର ସାମ୍ରାଜ୍ୟର ଶାସନ ଚାଲିଥିବା ସମୟରେ ଏହି ସହରଟି ତା’ର ଏକ ମସଲା ବ୍ୟାପର କେନ୍ଦ୍ର ଥିଲା। କାରଣ ଚାଷବାସ କ୍ଷେତ୍ରରେ ଏହି ସହରଟି ଥିଲା ବେଶ୍‌ ଉନ୍ନତ। ବିଶେଷକରି ବିଭିନ୍ନ ପ୍ରକାରର ମସଲା ଦ୍ରବ୍ୟର ଭଲ ଆମଦାନୀ ହେଉଥିଲା ଏଠାରୁ। ସେଥିପାଇଁ ଏହି ସହରକୁ ନିଜ ଅକ୍ତିଆରକୁ ନେବା ପାଇଁ ପୂର୍ବେ ବିଭିନ୍ନ ରାଜବଂଶର ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ବୋଲି ସୂଚନା ରହିଛି। ସେହିପରି ଜନଶ୍ରୁତିରୁ ଜଣାଯାଏ ଯେ, ନଗରକୋଏଲରେ ଥିବା ନାଗରାଜ ମନ୍ଦିରକୁ ବି ନିଜ ଅଧିନକୁ ନେଇ ବଳଶାଳୀ ହେବାପାଇଁ ବି ଅନେକ ରାଜା ଚାହୁଁଥିଲେ। ସେଥିପାଇଁ ସେମାନଙ୍କର ଏହି ସହର ଉପରେ ବହୁତ ଲୋଭ ରହୁଥିଲା।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା
ଚାଷବାସ କ୍ଷେତ୍ରରେ ଯେ କେବଳ ନଗରକୋଏଲ ଉନ୍ନତ ତାହା ନୁହେଁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବି ଏହି ସହର ବେଶ୍‌ ସମୃଦ୍ଧ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ଦେଖିବାକୁ ମିଳିଥାଏ ଅନେକ ପାହାଡ଼, ଝରଣା ଓ ସବୁଜ କ୍ଷେତ। ତା’ଛଡ଼ା ଏହି ସହରରେ ବି ରହିଛି ଅନେକ ଧାର୍ମିକ ପୀଠ। ସେଥିପାଇଁ ଦେଶବିଦେଶରୁ କନ୍ୟାକୁମାରୀକୁ ବୁଲି ଆସୁଥିବା ପର୍ଯ୍ୟଟକ ନିଟକରେ ଥିବା ଏହି ନଗରକୋଏଲ ସହରକୁ ବୁଲି ଆସିଥାନ୍ତି ପ୍ରକୃତିର କିଛି ନିଆରା ସୌନ୍ଦର୍ଯ୍ୟକୁ ମନଭରି ଦେଖିବାକୁ ତଥା ନିରୋଳାରେ ଶାନ୍ତ ବାତାବରଣକୁ ଉପଭୋଗ କରିବାକୁ।
ନଗରକୋଏଲର ଅର୍ଥନୀତି
ନଗରକୋଏଲର ବାସିନ୍ଦା ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଏଠାରେ ବିଭିନ୍ନ ପ୍ରକାର ମସଲା ଦ୍ରବ୍ୟ ବିଶେଷକରି ଅଳେଇଚ ଭଲ ଚାଷ ହୋଇଥାଏ ବୋଲି ସୂଚନା ରହିଛି। ତା’ଛଡ଼ା ଗହଣା ତିଆରି, ମାଛଧରା ଜାଲ ତିଆରି ଉପରେ ବି ସ୍ଥାନୀୟ ଲୋକଙ୍କର ରହିଛି ଅନେକ ଜ୍ଞାନ। କେବଳ ସେତିକି ନୁହେଁ, ଏହି ସହରରେ ଅନେକ ଛୋଟବଡ଼ ଇଣ୍ଡଷ୍ଟ୍ରି ବି ରହିଛି; ଯାହାକୁ ପର୍ଯ୍ୟଟକ ଚାହିଁଲେ ମଧ୍ୟ ବୁଲି ଦେଖିପାରିବେ।
କେବେ ଓ କେମିତି ଯିବେ
କୁହାଯାଏ, ଖରାଦିନେ ନଗରକୋଏଲରେ କୁଆଡ଼େ ପ୍ରବଳ ଗରମ ହୋଇଥାଏ। ତେଣୁ ଖରାଦିନ ଏବଂ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟରେ ଏଠାକୁ ଯିବାକୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ତରଫରୁ କୁହାଯାଇଥାଏ। ତେବେ ଅଧିକାଂଶ ପର୍ଯ୍ୟଟକ ଡିସେମ୍ବରରୁ ଜାନୁୟାରୀ ଭିତରେ ଏହି ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି। ସେହିପରି ନଗରକୋଏଲକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଉଭୟ ରେଳ ହେଉ ଅବା ସଡ଼କପଥରେ ଯାଇ ଏହି ସହରରେ ଆରାମରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri