Categories: ବାଣିଜ୍ୟ

ବ୍ୟୁଟିଫୁଲ ଇଣ୍ଡିଆନ୍ସ-୨୦୨୪, ‘ମାମାଆର୍ଥ’ର ୩ୟ ସଂସ୍କରଣ

ଭୁବନେଶ୍ୱର,,୨୫।୩ (ଅଭୟ ଦାଶ): ଦେଶର ପ୍ରମୁଖ ବ୍ୟୁଟି ଆଣ୍ଡ ପର୍ସନାଲ କେୟାର ବ୍ରାଣ୍ଡ୍‌ ତଥା ଦ୍ରୁତ ଅଭିବୃଦ୍ଧିଶୀଳ (ଫାଷ୍ଟେଷ୍ଟ ଗ୍ରୋଇଙ୍ଗ) ଘରୋଇ ସଂସ୍ଥା ମାମାଆର୍ଥର ବହୁ ପ୍ରତୀକ୍ଷିତ ଏବଂ ବ୍ରାଣ୍ଡ୍‌ର ୩ୟ ସଂସ୍କରଣ ‘ବ୍ୟୁଟିଫୁଲ ଇଣ୍ଡିଆନ୍ସ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଫେମିନା ଆଣ୍ଡ ମାମାଆର୍ଥର ମିଳିତ ସହଯୋଗରେ‘ବ୍ୟୁଟିଫୁଲ ଇଣ୍ଡିଆନ୍ସ-୨୦୨୪’ର ୩ୟ ସଂସ୍କରଣ ମୁମ୍ବାଇଠାରେ ଆୟୋଜିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଲୋକପ୍ରିୟ ଅଭିନେତା ଓ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ଏକ ବିଚାରକମଣ୍ଡଳୀ ଦ୍ୱାରା ସ୍ଥିରୀକୃତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ବଲିଉଡ କଳାକାର ଓ ବିଭିନ୍ନ ଉଦ୍ୟୋଗ ସହ ଜଡିତ ବ୍ୟକ୍ତିବିଶେଷଙ୍କୁ ଫେମିନା ଆଣ୍ଡ ମାମାଆର୍ଥ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏ ସମ୍ପର୍କରେ ମାମାଆର୍ଥର ସହ ପ୍ରତିଷ୍ଠାତା ତଥା ସିଆଇଓ ଘଜଲ ଅଲଘା କହିଛନ୍ତି, ଗତ ୨ଟି ସଂସ୍କରଣରେ ଆମେ ବେଶ୍‌ ସଫଳତା ପାଇଥିବାରୁ ୩ୟ ସଂସ୍କରଣ ପାଇଁ ଆଶା ଓ ଉତ୍ସାହ ବଢ଼ିଥିଲା। ଏହି ସଂସ୍କରଣରେ ମଧ୍ୟ ଆମର ଅନେକ ଆଶଙ୍କା ରହିଛି। ସେହିଭଳି ଆମର ଉତ୍ପାଦ ସବୁ ବର୍ଗଙ୍କ ନିକଟତର ହେବା ସହିତ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି।

Share