Categories: ଫୁରସତ

ଆକାଶରେ ବିରଳ ଦୃଶ୍ୟ, ଅନୁମାନ କରି କୁହନ୍ତୁ ଏହା କ’ଣ

ମଣିଷ କଦାପି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ପାରିବ ନାହିଁ। ଯେତେ ବୁଦ୍ଧିମାନ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନିବ। ଏହି ଯେମିତି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ, ନଦୀ ଝରଣାର କୂଳୁକୂଳୁ ଶବ୍ଦ କାନକୁ ବେଶ୍‌ ଶାନ୍ତି ଦେଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଆକାଶରେ ସେମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିିଳିଛି। ଯେଉଁଠି ଏକକାଳୀନ ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡ଼ିବା ସହ କିଚିରିମିଚିରି ଶବ୍ଦ କରୁଛନ୍ତି।

ଆଇଏଫ୍‌ଏସ୍‌ ସମ୍ରାଟ ଗୌଡ଼ା ତାଙ୍କ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରିଛନ୍ତି। ଯେଉଁଥିରେ ହଜାର ହଜାର ପକ୍ଷୀ ଆକାଶରେ ଏକାଠି ହୋଇଥିଲେ। ବହୁ ସଂଖ୍ୟାରେ ଏକତ୍ର ଉଡୁଥିବା ପକ୍ଷୀମାନେ ସତେ ଯେପରି କିଛି କଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଉଭୟ ନୃତ୍ୟ ଏବଂ ଗୀତ ଏକାସାଙ୍ଗରେ ହେଉଥିଲା। ଏହି ପକ୍ଷୀମାନେ ଏତେ ଶୀଘ୍ର ଏହାର ଆକୃତି ବଦଳାଉଥିଲେ ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ।

 

ଭିଡିଓ ଶେୟାର କରି ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଏହାକୁ ପକ୍ଷୀମାନଙ୍କର କଳା ବୋଲି କୁହାଯାଇପାରିବ କି? ଯେଉଁଥିରେ ଅନେକ ଲୋକ ମତ ଦେଇଛନ୍ତି ଯେ, ଏପରି ସୁନ୍ଦର ଭିଡିଓର କୌଣସି କ୍ୟାପଶନ ଦରକାର ନାହିଁ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପକ୍ଷୀମାନେ ଗୋଟିଏ ଧାଡ଼ିରେ କେତେ ଦୂର ଉଡ଼ିବାକୁ ପଡ଼ିବ ତାହା ଯେମିତି ସମସ୍ତଙ୍କୁ ଜଣାଥିଲା। ସେହି ହିସାବରେ ସେମାନେ ଉଡୁଥିଲେ। ଏହାକୁ ହିଁ କୁହାଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ। ଯାହାର କୌଣସି ତାଲିମ ନାହିଁ।

Share