ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ମହାନାୟକ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶମ୍‌’। ଆଜି ବି ସିନେପ୍ରେମୀ ଏହି ଫିଲ୍ମକୁ ମନେ ରଖିଛନ୍ତି। ଏଥିରେ ଅଭିନେତ୍ରୀ ସାଜିଥିଲେ ସୌନ୍ଦର୍ଯ୍ୟା। ତାଙ୍କ ଅଭିନୟଙ୍କୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ‘ସୂର୍ଯ୍ୟବଂଶମ୍‌’ର ସଫଳତା ପରେ ସୌନ୍ଦର଼୍ୟାଙ୍କୁ ଅନେକ ଅଫର ମିଳିବାକୁ ଲାଗିଲା। ମାତ୍ର ଫିଲ୍ମ ରିଲିଜ୍‌ ହେବାର ପ୍ରାୟ ୫ ବର୍ଷ ପରେ ଅର୍ଥାତ୍‌ ୨୦୦୦ ମସିହାରେ ଏକ ବିମାନ ଦୁର୍ଘଟଣାରେ ସୌନ୍ଦର଼୍ୟାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ବିମାନରେ ସୌନ୍ଦର୍ଯ୍ୟାଙ୍କ ସମେତ ୪ ଜଣ ଥିଲେ। କାହାର ହେଲେ ମୃତଦେହ ମିଳି ନ ଥିଲା। ତେବେ ସବୁଠାରୁ ଦୁଃଖର କଥା ହେଲା ଏହି ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ।

Share