ସର୍ଜରୀ କରି ପୁରୁଷ ହେଲେ ସୁନ୍ଦରୀ ଅଭିନେତ୍ରୀ: ସିକ୍ସ୍‌ ପ୍ୟାକ୍‌ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୨୭।୫: ହଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଇଲେନ୍‌ ପେଜ୍‌ ନିଜର ସର୍ଜରୀ କରି ମହିଳାରୁ ପୁରୁଷ ପାଲଟି ଯାଇଛନ୍ତି। ପୁରୁଷ ଭାବେ ଏବେ ତାଙ୍କର ନାମ ଇଲିଓଟ୍‌ ପେଜ୍‌ ରହିଛି। ୨୦୨୦ ଡିସେମ୍ବରରେ ସେ ଜଣେ କିନ୍ନର ବୋଲି ଇଲେନ୍‌ ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିଲେ। ସେ ସର୍ଜରୀ କରି ସାରିଥିବା ମଧ୍ୟ ପ୍ରକାଶ କରିଥିଲେ। ଏବେ ସେ ତାଙ୍କର ସିକ୍ସ୍‌ ପ୍ୟାକ୍‌ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ୨୦୧୮ରେ ସେ କାନାଡ଼ାର ଡ୍ୟାନ୍ସର ଏମ୍ମା ପୋର୍ଟରଙ୍କ ସହିତ ବିବାହ କରିଥିଲେ। ତେବେ ଦାମ୍ପତ୍ୟ ଜୀବନରେ ସମସ୍ୟା ଯୋଗୁ ୨୦୨୧ରେ ଦୁହେଁ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Share