ମାଟିରେ ଲୋଟିଲାଣି ସହରର ସୌନ୍ଦର୍ଯ୍ୟକରଣ

କଟକ ଅଫିସ,୬ା୮: ସିଲ୍‌ଭର ସିଟି କଟକ ସହର ରାଜ୍ୟର ପୁରୁଣା ତଥା ଐତିହାସିକ ସହର ଭାବେ ଜଣାଶୁଣା। ସହରରେ ଅନେକ ଐତିହ୍ୟ, ପୁରୁଣା ଗାଥା, ମହାନପୁରୁଷ ଜନ୍ମ ନେଇ କଟକର ନଁା ରଖିଥିବା ବେଳେ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଚୀନ କାଳରୁ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଇଥିଲା। ହେଲେ ଧୀରେ ଧୀରେ ବର୍ଷ ବିତିଗଲା ପରେ ସହରରେ ଥିବା ସ୍ମୃତି, କଳା, ସ୍ମାରକୀ, ଜଳଫୁଆରା ଆଦି ନଷ୍ଟ ହେବାକୁ ବସିଲାଣି। ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ ଲାଗିଲାଣି। ସହରର ପ୍ରବେଶ ପଥଗୁଡିକରେ ଥିବା ଷ୍ଟାଚ୍ୟୁ ସ୍ଥାନରୁ ଉଭାନ ହୋଇଗଲାଣି। ଅବହେଳିତ ଅବସ୍ଥାରେ ପଡିରହିଛି ଅନେକ ମହାପୁରଷଙ୍କ ନାମରେ ହୋଇଥିବା ପାର୍କ। ସବୁକିଛି ଦେଖି ନୀରବଦ୍ରଷ୍ଟା ସାଜିଛି କଟକ ମହାନଗର ନିଗମ(ସିଏମ୍‌ସି)। ସହରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ପାର୍କ ଏବଂ ସହର କିଛି ଛକଗୁଡ଼ିକରେ ନିର୍ମାଣ କରାଯାଇଥାଏ ଜଳଫୁଆରା। ସେହିପରି ତିନିକୋଣିଆ ବଗିଚାରେ ଏକ ଛୋଟ ପାର୍କ ନିର୍ମାଣ କରାଯାଇ ସେଠାରେ ଜଳଫୁଆରାଟେ ନିର୍ମାଣ କରାଯାଇଥିଲା ହେଲେ ତାହା ବର୍ତ୍ତମାନ ଅଚଳାବସ୍ଥାରେ ପଡି ରହିଥିବା ବେଳେ ସେଥିରେ ଅଳିଆ ଆବର୍ଜନା ଭରି ରହିଛି। ସମାନ ଦୃଶ୍ୟ ଗୌରୀଙ୍କର ପାର୍କରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହାଦ୍ୱାରା ସୌନ୍ଦର୍ଯ୍ୟକରଣ ହାନି ହେବା ସହ ଲୋକଙ୍କ ଯାତାୟାତ କମ୍‌ ହେବା ସହ ମଶା ବଂଶ ବୃଦ୍ଧି ପାଉଛି।
ସେହିପରି ଖାନନଗର ମଲାଚଣ୍ଡିଆ ଛକ ସହର ମଧ୍ୟକୁ ମୁଖ୍ୟ ପ୍ରବେଶ ପଥ ହୋଇଥିବା ବେଳେ ସେଠାରେ ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ଅସ୍ତିତ୍ୱ ହରାଇଲାଣି। ନଦୀକୂଳରେ ରଖାଯାଇଥିବା ଚଉକି ଭାଙ୍ଗି ମାଟିରେ ମିଶିଥିବା ବେଳେ ଲାଇଟ୍‌ ଭାଙ୍ଗିରୁଜି ଅଂଶ ବିଶେଷ ଆଉ ନାହିଁ ା ସେହିପରି ଉକ୍ତ ଛକରେ ଏକ ଛୋଟ ଉଦ୍ୟାନ କରାଯାଇ କିଛି ହରିଣ ପ୍ରତିକୃତି ରଖାଯାଇଥିବା ବେଳେ ତାହା ବର୍ତ୍ତମାନ କେଉଁ ଆଡେ ଉଭାନ ହୋଇଗଲାଣି ା ସେହିପରି ରିଙ୍ଗ୍‌ରୋଡ ଡିଭାଇଡରରେ ଲାଗିଥିବା ଜାଲିଗୁଡିକ ଅସୁରକ୍ଷିତ ଅବସ୍ଥାରେ ଓହଳିରହିଛି। ଉଦ୍ୟାନଗୁଡିକରେ ମହାପୁରଷ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହେଲେ ସେଗୁଡିକ ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡ. ପ୍ରାଣକୃଷ୍ଣ ପରିଜା ଉଦ୍ୟାନରେ। ସୌନ୍ଦର୍ଯ୍ୟକରଣ ପାଇଁ କାନ୍ଥରେ ଐତିହ୍ୟ ଚିତ୍ର କରାଯାଇଥିବା ବେଳେ ବର୍ଷା ପାଣି ପଡ଼ି ଲିଭିଯିବା ସହ ଲଟା ମାଡି ଗଲାଣି। ତେବେ ଏହି ସବୁ ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ସିଏମ୍‌ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଠିକ୍‌ ଭାବରେ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡିକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହୁଥିବା ଅଭିଯୋଗ ହେଉଛି। ତେବେ ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ୨ ବର୍ଷ ପରେ ଚଳିତବର୍ଷ ବଡ ଆଡମ୍ବରରେ ଏହାକୁ ପାଳନ କରିବେ ସହରବାସୀ। ଏନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସହ ସେଗୁଡିକ ରକ୍ଷଣା ବେକ୍ଷଣ କରିବାରେ ସିଏମସି ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ ସିଏମସି ମେୟର ସୁବାସ ସିଂ କହିଛନ୍ତି, ସହରର ସୌନ୍ଦର୍ଯ୍ୟକରଣ କରିବା ମୋ ନଜରରେ ରହିଛି। ଯେହେତୁ ଆଗକୁ ପାର୍ବଣ ଆସୁଛି। ତେଣୁ ଆମେ ଖୁବ୍‌ଶୀଘ୍ର ସହରର ଉନ୍ନତି ସହ ଉଚିତ୍‌ ପଦକ୍ଷେପ ନେବୁ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri