ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦୁଝର,୬ା୧୨(ସ୍ବ.ପ୍ର.): ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା କେନ୍ଦୁଝର ଜିଲାର ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ଉନ୍ନତିକରଣ ହେବ। ଏନେଇ ଜଳସମ୍ପଦ ବିଭାଗ ତତ୍ପରତା ଦେଖାଇଛି। ପେରିଫେରାଲ ଡେଭେଲପମେଣ୍ଟ ଅଫ ରିଜରଭ ଆଣ୍ଡ ଓ୍ବାଟର ବଡି ସ୍କିମ୍‌ରେ ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରରେ ଥିବା ସାନମାଛକାନ୍ଦଣା ଡ୍ୟାମର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବ। ଏ ନେଇ ଇଞ୍ଜିନିୟରିଂ ଅଫ୍‌ ଚିଫ, ଜଳସମ୍ବଦ ପକ୍ଷରୁ ବୈତରଣୀ ବେସି, କେନ୍ଦୁଝରଙ୍କୁ ପ୍ରକଳ୍ପର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଚିଠି କରାଯାଇଛି।
ସାନମାଛକାନ୍ଦଣା ଡ୍ୟାମରେ ଏକ ମ୍ୟୁଜିୟମ ଓ ପାର୍କ ନିର୍ମାଣ ହେବ। ଏ ବାବଦକୁ ଦୁଇ କୋଟି ଟଙ୍କା ଜଳସମ୍ପଦ ବିଭାଗ ଖର୍ଚ୍ଚ କରିବ। ଫଳରେ ଏଠାରେ ଥିବା ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଅଧିକ ସୁବିଧା ପାଇ ପାରିବେ। ଅନ୍ୟପକ୍ଷେ କେନ୍ଦ୍ରକୁ ଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପର୍ଯ୍ୟଟକ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଥିଲେ ହେଁ କାମରେ ବିଳମ୍ବ ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଉକ୍ତ ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଆଶ୍ରୟ ବ୍ୟବସ୍ଥା ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ମଧ୍ୟ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଇଥିବା ଜଣାପଡ଼ିଛି ା
ସୂଚନା ଯୋଗ୍ୟ, ପୂର୍ବରୁ କାନଝରୀ ଓ ରେମାଳ ଡ୍ୟାମ ବିକାଶ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ନେଇ ଜଳସମ୍ପଦ, ପର୍ଯ୍ୟଟନ ବିଭାଗକୁ ନେଇ ପୂର୍ବରୁ ପ୍ରସ୍ତୁତି ସରିଛି। ସାନମାଛକାନ୍ଦଣା ଡ୍ୟାମର ବିକାଶ ପାଇଁ ବୈଠକ ଶୀଘ୍ର ହୋଇ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri