ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ ୬୮ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଯେଉଁମାନେ ଖାଦ୍ୟରେ ବିଟ୍‌ ସାମିଲ କରିଛନ୍ତି ସେମାନଙ୍କଠାରେ ରକ୍ତଚାପ ନିୟନ୍ତ୍ରିତ ହୋଇଛି। ଏହାର ଜୁସ୍‌ କରି ପିଇଲେ ସବୁଠୁ ଭଲ। ବିଟ୍‌ରେ ଭିଟାମିନ ବି ଓ ସି ସହିତ ଫସଫରସ, କ୍ୟାଲସିୟମ, ପ୍ରୋଟିନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୋଇଥାଏ। ଖାଲି ଏତିକି ନୁହେଁ, ଏଥିରେ ଥିବା ଫସ୍‌ଫରସ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହାର ଜୁସ୍‌ ପିଇଲେ ଥକ୍କାପଣ ଦୂର ହୋଇଥାଏ। ପ୍ରତିଦିନ ସବୁଜ ପନିପରିବା ସହ ବିଟ୍‌ ମିଶାଇ ଖାଦ୍ୟ ପ୍ରସ୍ତୁତ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।