ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ମାରପିଟ: ଥାନାରେ ପହଞ୍ଚିଲା ମାମଲା

ବ୍ରଜରାଜନଗର, ୬ା୯(ଡି.ଏନ.ଏ.): ବ୍ରଜରାଜନଗର ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦାରେ ପଡ଼ିବାରେ ଲାଗିଛି। ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଆ ଏକତା ମଞ୍ଚର ସଭାପତି ନୃପ ତାଣ୍ଡିଆ ଓ ପୂର୍ବତନ କାଉନ୍‌ସିଲର ରାହୁଲ ପାଣ୍ଡେଙ୍କ ମଧ୍ୟରେ ପ୍ରଥମେ ଫୋନରେ ବଚସା ଓ ପରେ ମାରପିଟ ହୋଇଥିବା ନେଇ ଉଭୟ ପକ୍ଷରୁ ପୃଥକ୍‌ ଅଭିଯୋଗ ହୋଇଛି। ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ କରୁଥିବା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରକାଶ କରିଛନ୍ତି।

ନୃପ ତାଣ୍ଡିଆଙ୍କ ଅଭିଯୋଗ ଅନୁଯାୟୀ ରାହୁଲ ପ୍ରଥମେ ଫୋନରେ ଗାଳିଗୁଲଜ କରି ମାରିବାକୁ ଧମକ ଦେଇଥିଲେ। ପରେ ସେ ତାଙ୍କ ଭାଇ ଅଭିଷେକ ପାଣ୍ଡେଙ୍କ ସହିତ ଗୋପବନ୍ଧୁ ଛକଠାରେ ଥିବା କାର୍ଯ୍ୟାଳୟକୁ ଆସି ଜାତିଆଣ ଆକ୍ଷେପ କରିଥିଲେ। ଏହାକୁ ଭିତ୍ତିକରି ବ୍ରଜରାଜନଗର ଥାନାରେ ଆଇପିସି ଧାରା ୨୯୪, ୫୦୬, ୩୪ରେ ମାମଲା (ନଂ.୨୭୦/୨୨) ରୁଜୁ ହୋଇଛି। ସେହିପରି ରାହୁଲଙ୍କ ଅଭିଯୋଗକ୍ରମେ ସେ ଗୋପବନ୍ଧୁ ଛକ ଦେଇ ଗାନ୍ଧୀ ଛକକୁ ଯାଉଥିବା ବେଳେ ନୃପ ତାଣ୍ଡିଆ ସମର୍ଥକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଏହାକୁ ଆଧାର କରି ପୋଲିସ ଆଇପିସି ଧାରା ୩୪୧, ୨୯୪, ୩୨୩, ୩୦୭ ଓ ୩୪ରେ ମାମଲା (ନଂ.୨୭୧/୨୨) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri