ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ ଏହି ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଥିବା ବେଳେ ସଠିକ୍‌ କାରଣ ଜଣା ପଡ଼ି ନ ଥିଲେ ହେଁ ସେମାନଙ୍କ ମା’ଙ୍କ ସହିତ ମୃତ ବ୍ୟକ୍ତିଙ୍କ ଅନୈତିକ ସମ୍ପର୍କକୁ ନେଇ ସେମାନେ ପିଟି ଗୁରୁତର କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ପରେ ତାଙ୍କର ଟିସ୍କୋ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଅନୈତିକ ସମ୍ପର୍କକୁ ନେଇ ସେମାନଙ୍କ ମା’ ଅସ୍ବୀକାର କରିଥିଲେ ହେଁ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ବେହେରା କହିଛନ୍ତି।