Posted inଜାତୀୟ

ପିଲା ଚୋର କହି ସାଧୁଙ୍କୁ ନିସ୍ତୁକ ପିଟିଲେ…

ମୁମ୍ବାଇ,୧୪।୯ : ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ଆକ୍ରମଣର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଲିର ଏକ ସଦ୍ୟତମ ଘଟଣାରେ ଗ୍ରାମବାସୀମାନେ ଚାରିଜଣ ସାଧୁଙ୍କୁ ପିଲା ଚୋର ବୋଲି କହି ନିସ୍ତୁକ ପିଟିଥିଲେ। ମଙ୍ଗଳବାର ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଚାରି ସାଧୁ ଉତ୍ତରପ୍ରଦେଶର ମଥୁରାର ବାସିନ୍ଦା ଏବଂ କର୍ନାଟକର ବିଜାପୁରରୁ ପନ୍ଦରପୁର ଅଭିମୁଖେ ଦର୍ଶନ ପାଇଁ ଯାଉଥିଲେ। ପୋଲିସ କହିଛି ଯେ ସାଧୁମାନେ ଏ ବାବଦରେ କୌଣସି ଅଭିଯୋଗ କରିନାହାଁନ୍ତି, ତେଣୁ ଏପର୍ଯ୍ୟନ୍ତ ଏଫଆଇଆର ପଞ୍ଜୀକୃତ ହୋଇନାହିଁ।

ସେମାନେ ସୋମବାର ଗାଁର ଏକ ମନ୍ଦିରରେ ରହିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଯାତ୍ରା ଆରମ୍ଭ କରିବାବେଳେ ସେମାନେ ଜଣେ ପିଲାଙ୍କୁ ରାସ୍ତା ସମ୍ପର୍କରେ ପଚାରି ବୁଝିଥିଲେ। ଏହାଦ୍ୱାରା କିଛି ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ ଯେ ସେମାନେ ପିଲାମାନଙ୍କୁ ଅପହରଣ କରୁଥିବା ଅପରାଧୀ ଗ୍ୟାଙ୍ଗର ସଦସ୍ୟ। ଏହା ପରେ କିଛି ଗ୍ରାମବାସୀ ସାଧୁଙ୍କୁ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ବେଳେ ସାଧୁ ଉତ୍ତରପ୍ରଦେଶର ଏକ ଆଖଡାର ସଦସ୍ୟ ବୋଲି ଜାଣିବାକୁ ପାଇଥିଲେ।

ଭାଷା ବୁଝିବାରେ ଅସୁବିଧା ଯୋଗୁ ସ୍ଥାନୀୟ ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାସ୍ତାରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ବେଳେ ପରସ୍ପରର ସ୍ଥାନୀୟ ଭାଷା ବୁଝାନପଡ଼ିବାରୁ ଥିବାରୁ ଏହି ମାମଲା ଏଭଳି ଘଟିଥିଲା ।

ଏହାପୂର୍ବରୁ, ୨୦୨୦ ମସିହାରେ, ପାଲଘରର ଗାଡଚିଞ୍ଚାଲେ ଗ୍ରାମରେ ଲୋକେ ଦୁଇଜଣ ସାଧୁଙ୍କୁ ଶିଶୁ ଚୋର ସନ୍ଦେହରେ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତିବେଶିରେ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିପାରେ ଲକ୍‌ଡାଉନ କଟକଣା: ପଲାନିସ୍ବାମୀ

ଚେନ୍ନାଇ,୧୫।୬: ଗୋଟିଏ ପଟେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ନେଇ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ...

କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍‌ ଅଫିସର କେ. ରାଜୁ ଜୱାହରଙ୍କ...

ବନ୍ୟାରେ ଭାସିବ ମୁମ୍ବାଇ-କୋଲକାତା: ୨୧୦୦ ସୁଦ୍ଧା ହିନ୍ଦୁକୁଶ ହିମାଳୟ ହିମନଦୀର ୨ ତୃତୀୟାଂଶ ତରଳିବ; ୧୫୦ ନିୟୁତରୁ ଅଧିକ ଲୋକ ହରାଇବେ ଭିଟାମାଟି

ନୂଆଦିଲ୍ଲୀ,୨୬।୯: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପମାନ ବୃଦ୍ଧିର ପ୍ରଭାବ ଯୋଗୁ ହିନ୍ଦୁ କୁଶ ହିମାଳୟ ହିମନଦୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ୨୧୦୦ ମସିହା ସୁଦ୍ଧା...

ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା

କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା...

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

୯ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ତାଲିକା ଜାରି

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ୍‌ ୯ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ...

ଲୋକ ସଭା ବିରୋଧୀ ଦଳ ନେତା ପଦରୁ ହଟିବେ ଅଧିର ରଞ୍ଜନ !…

ନୂଆଦିଲ୍ଲୀ,୪।୭: ଲୋକ ସଭା ବିରୋଧୀ ଦଳ ନେତା ପଦରୁ ଅଧିର ରଞ୍ଜନ ଚୌଧୁରୀ ହଟିବା ନେଇ କଂଗ୍ରେସରେ ଚର୍ଚ୍ଚା ହେଉଛି। ଏହି ପଦବୀରେ ଶଶି ଥରୁର୍‌...

ସୁଦାନରୁ ଫେରିଥିବା ହକ୍କି-ପିକ୍କି ଜନଜାତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ଶିବାମୋଗାରେ ହକ୍କି-ପିକ୍କି ଜନଜାତିର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଲୋକମାନଙ୍କୁ ‘ଅପରେଶନ କାବେରୀ’ ଅଧୀନରେ ସୁରକ୍ଷିତ ଭାବେ ସୁଦାନରୁ...

Advertisement
Archives

Model This Week