କମେଣ୍ଟକୁ ବିରୋଧ କରିବାରୁ ୩ ଛାତ୍ରଙ୍କୁ ମାଡ଼

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ବିଜେବି ପରେ ମହର୍ଷି କଲେଜରେ ଅଣଛାତ୍ର ଓ ଅସାମାଜିକଙ୍କ ରାଜ୍‌ ସାମ୍ନାକୁ ଆସିଛି। କ୍ୟାମ୍ପସରେ ଆଡ୍ଡା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି। ଏହାକୁ ବିରୋଧ କରିବାରୁ ମହର୍ଷି କଲେଜର ୩ ଛାତ୍ରଙ୍କୁ ସମ୍ପୃକ୍ତ ଅସାମାଜିକ ଯୁବକମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି। ପାଠପଢ଼ା ଚାଲିଥିବାବେଳେ ସେମାନେ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ରାସ୍ତାକୁ ଘୋଷାରି ଆଣି ସର୍ବସମ୍ମୁଖରେ ଲହୁଲୁହାଣ କରିଛନ୍ତି। ଏପରିକି ଆକ୍ରମଣ ସମୟରେ ଆକ୍ରମଣକାରୀମାନେ ଉଦ୍ଧାର ପାଇଁ ଯାଉଥିବା ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କୁ ଧମକ ଦେଇଛନ୍ତି। ୬ରୁ ଊର୍ଦ୍ଧ୍ୱ ଅଣଛାତ୍ର ବାଡ଼ି, ଲୁହା ପାଇପ୍‌ ଆଦି ବିଭିନ୍ନ ମାରଣାସ୍ତ୍ରରେ ୧୫ ମିନିଟ୍‌ରୁ ଅଧିକ ସମୟ ଧରି ଏପରି ଆତଙ୍କ ଖେଳାଉଥିବାବେଳେ କଲେଜ ସୁରକ୍ଷା କର୍ମୀ ଓ ଅନ୍ୟ ଛାତ୍ରୀଛାତ୍ର ଭୟରେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ତେବେ ୩ ଛାତ୍ରଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଞ୍ଚତ୍ବା ପୂର୍ବରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇଥିଲେ। ଏହି ଘଟଣା ପରେ କଲେଜରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରମାନେ ହୋହଲ୍ଲା କରିବା ସହ ଗେଟ୍‌ ଆଗରେ ଧାରଣା ଦେଇଥିଲେ। କଲେଜ କର୍ତ୍ତୃପକ୍ଷ ଓ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରମାନେ ଧାରଣାରୁ ଉଠିଥିଲେ।
ପୂର୍ବରୁ ପୋଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଅଣ୍ଡରଟେକିଂ ଲେଖିଥିଲେ
ମିଳିଥିବା ସୂଚନାନୁସାରେ, ଆକ୍ରମଣକାରୀ ଅସାମାଜିକ ଯୁବକମାନେ ମହର୍ଷି କଲେଜ ଆଗରେ ସବୁବେଳେ ବସିବା ସହ ପିଲାଙ୍କୁ କମେଣ୍ଟ ମାରୁଥିରେ। ମଝିରେ ମଝିରେ କ୍ୟାମ୍ପସରେ ପଶି ଛାତ୍ରୀଛାତ୍ରଙ୍କୁ ନାଲିଆଖି ଦେଖାଇବା ସହ ନିଜର ଦବ୍‌ଦବା ଜାହିର କରୁଥିଲେ। ଗତ ଶୁକ୍ରବାର କଲେଜ କ୍ୟାମ୍ପସରେ ପଶି କେତେଜଣ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର ଏହାକୁ ବିରୋଧ କରିଥିଲେ। ଏଥିସହ ସେମାନେ ଅସାମାଜିକ ଯୁବକଙ୍କୁ ଧରି ପ୍ରିନ୍ସିପାଲଙ୍କ ନିକଟକୁ ନେଇଥିଲେ। ପ୍ରିନ୍ସିପାଲ ଏନେଇ ପୋଲିସଙ୍କୁ ଖବର ଦେଇଥିଲେ। ଭବିଷ୍ୟତରେ ଆଉ ଏପରି କରିବେ ନାହିଁ ବୋଲି ଉକ୍ତ ଯୁବକମାନେ ପୋଲିସ ଉପସ୍ଥିତିରେ ଅଣ୍ଡରଟେକିଂ ଦେଇଥିଲେ। ଏହି ରାଗରେ ସେମାନେ ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ୬ରୁ ଊର୍ଦ୍ଧ୍ୱ ଯୁବକ ବାଇକ୍‌ରେ ଆସି ସିଧା କ୍ୟାମ୍ପସ ଭିତରେ ପଶିଥିଲେ। ହାତରେ ଥିଲା ଲୁହା ପାଇପ୍‌, ବାଡ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ର। ପ୍ରଥମେ ସାଇକେଲ ଷ୍ଟାଣ୍ଡରେ ବସିଥିବା ୩ ଛାତ୍ରଙ୍କୁ ହଠାତ ତଳେ ପକାଇ ବିଧା, ଗୋଇଠା ମାରି ଚାଲିଥିଲେ। ଅଣଛାତ୍ରଙ୍କ ଏଭଳି ଗୁଣ୍ଡାରାଜ ଦେଖି ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଓ କଲେଜର ସୁରକ୍ଷାକର୍ମୀ ଦୌଡିବାକୁ ଲାଗିଲେ। ପରେ ଆହତ ୩ ଛାତ୍ରଙ୍କୁ ବାହାରକୁ ଟାଣି ଫାଟକ ଆଗରେ ପ୍ରବଳ ପିଟିଥିଲେ। ଯିଏ ବିରୋଧ କରୁଥିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କେତେଜଣ ଛାତ୍ର ପ୍ରିନ୍ସିପାଲଙ୍କୁ ଘଟଣା ବିଷୟରେ ଜଣାଇବାରୁ ସେ ଥାନାକୁ ଖବର ଦେଇଥିଲେ। ପୋଲିସ ପଞ୍ଚତ୍ବାବେଳକୁ ଅଭିଯୁକ୍ତମାନେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ କଲେଜ କ୍ୟାମ୍ପସ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri