ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ ଅଭିଯୁକ୍ତମାନଙ୍କୁ ନିଜ ହେପାଜତକୁ ଆଣିବା ସମୟରେ ତୁମୁଳକାଣ୍ଡ ଘଟିଛି। ବିଳମ୍ବରେ ପୋଲିସ ପହଞ୍ଚତ୍ବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଟିମ୍‌କୁ ମାଡ଼ ମାରିବା ସହ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ଥାନା ପାପି(ଆନନ୍ଦନଗର)ରେ ଏହି ଘଟଣା ଘଟିଛି। ଆନନ୍ଦନଗର ଅଞ୍ଚଳର କେତେଜଣ ଚାଷୀ ମଙ୍ଗଳବାର ରାତିରେ ସିଂଘିଯୁବା-ଖଇରମାଳ ରାସ୍ତା ପାର୍ଶ୍ୱ ଧାନବିଲରେ ପାଣି ମଡ଼ାଉଥିଲେ। ଏହି ସମୟରେ ଚାଷକାମରେ ନିୟୋଜିତ ଜଣେ ଚାଷୀଙ୍କ ନିକଟରୁ ରାମପୁର ଥାନା ଅଞ୍ଚଳର ୩ଜଣ ନାବାଳକ ମୋବାଇଲ ଓ ବାଇକ୍‌ ଲୁଟ୍‌ ଉଦ୍ୟମ କରିଥିଲେ। ସମ୍ପୃକ୍ତ ଚାଷୀ ପାଟି କରିବାରୁ ନିକଟରେ ଥିବା ଅନ୍ୟ ଚାଷୀମାନେ ଦୌଡ଼ି ଆସିଥିଲେ। ଫଳରେ ଅଭିଯୁକ୍ତମାନେ ଭୟରେ ଆନନ୍ଦନଗର କ୍ଲବ୍‌ ଘରେ ଲୁଚିଯାଇଥିଲେ। ସେମାନଙ୍କୁ ଚାଷୀ ଓ ଗ୍ରାମବାସୀ କାବୁକରିବା ସହ କ୍ଲବ୍‌ ଘରେ ତାଲା ପକାଇ ବିନିକା ଥାନା ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ ରାତିରେ ଘଟଣାସ୍ଥଳକୁ ନ ଯାଇ ବୁଧବାର ସକାଳେ ଯାଇଥିଲା। ପୋଲିସ ବିଳମ୍ବରେ ପହଞ୍ଚତ୍ ଲୁଟେରାମାନଙ୍କୁ ନିଜ ହେପାଜତକୁ ନେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଘଟଣାସ୍ଥଳର ସ୍ଥିତି ଦେଖି ବିନିକା ପୋଲିସ ରାମପୁର ପୋଲିସର ସହାୟତା ନେବା ସହ କ୍ଲବଘର ସମ୍ମୁଖରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଥିଲା। ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ କ୍ଳବ୍‌ ଘରୁ ବାହାର କରିଥିଲେ। ଏଥିରେ ଗ୍ରାମବାସୀ ଉତ୍ତେଜିତ ହୋଇ ଅଭିଯୁକ୍ତଙ୍କ ସମେତ ପୋଲିସ ଟିମ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଏସ୍‌ଆଇ ସୁଜାତା ବୁଡେକ୍‌, ଏଏସ୍‌ଆଇ ତ୍ରିନାଥ ସାହୁ ଓ କନ୍‌ଷ୍ଟେବଲ ଗୋପୀନାଥ ସାହୁ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗିଛି। ଏପରିକି ଲୋକେ ପୋଲିସ ଗାଡ଼ିର ଟାୟାରରୁ ପ୍ରେସର ଖୋଲି ଦେଇଥିଲେ। ପରେ ଅଧିକ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ଆଣିବାରେ ସକ୍ଷମ ହୋଇଛନ୍ତି।

ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବିନିକା ଥାନାରେ ରଖି ପଚରାଉଚରା କରାଯାଇଥିଲା। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କ୍ରମେ ୩ ନାବାଳକଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିପରି ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଅଭିଯୋଗରେ ଏସ୍‌ଆଇ ସୁଜାତା ବୁଡେକ୍‌ଙ୍କ ଲିଖିତ ଅଭିଯୋଗକ୍ରମେ ଗ୍ରାମର କେତେଜଣଙ୍କ ନାମରେ ଅନ୍ୟ ଏକ ମାମଲା(୩୫୭/୨୪)ରୁଜୁ ହୋଇଛି। ଏହି ଘଟଣାରେ ବିନିକା ପୋଲିସ ମୋଟ ୨୨ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷେ ସିଂଘିଯୁବା, ପାପି ଓ ଆନନ୍ଦନଗର ଅଞ୍ଚଳର ଶତାଧିକ ଲୋକ ବିନିକା ଥାନା ସମ୍ମୁଖରେ ଏକାଠି ହୋଇଛନ୍ତି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସୁବର୍ଣ୍ଣପୁର ଏସ୍‌ପି ରାମପ୍ରସାଦ ସାହୁ, ସୋନପୁର ଏସ୍‌ଡିପିଓ ପ୍ରତାପ ତ୍ରିପାଠୀ ଓ ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ପୋଲିସ ଟିମ୍‌କୁ ନେଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri