Posted inଜାତୀୟ

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବା ସହ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମା, ହରିୟାଣାର ରୋହତକ୍‌ ଓ ଜିନ୍ଦ୍‌ ଜିଲା ଏବଂ ପଞ୍ଜାବର ଅମୃତସର, ଫିରୋଜପୁର, ସାଙ୍ଗ୍ରୁର୍‌, ତଲଓ୍ବାଣ୍ଡି ସାବୋ, ବଠିଣ୍ଡା, ତରନତାରନ୍‌ ଏବଂ ଗୁରଦାସପୁର ଜିଲାରେ କୃଷକମାନେ ଥାଳି ବଜାଇ ପ୍ରତିବାଦ କରିଥିଲେ। ଚାଷୀଙ୍କ ସହ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଉଦ୍‌ବୋଧନ ବେଳେ ଥାଳି ବାଡ଼େଇ ଏହାର ପ୍ରତିବାଦ ଜଣାଇବାକୁ ଗତ ରବିବାର ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ଶୁଣି ଶୁଣି ଆମେ କ୍ଳାନ୍ତ ହୋଇଗଲୁଣି। ଆମ ମନର କଥାକୁ ମୋଦି
କେବେ ଶୁଣିବେ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଭାଷଣ ଯେପରି ଆମ ପାଖରେ ନ ପହଞ୍ଚତ୍ବ ସେଥିପାଇଁ ଆମେ ଥାଳି ବଜାଉଥିବା ଚାଷୀମାନେ କହିଥିଲେ।
ବିଭିନ୍ନ ରାଜ୍ୟର ହଜାର ହଜାର କୃଷକ ଦୀର୍ଘ ମାସେ ହେଲା ଶୀତ କାକରରେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଥିଲାବେଳେ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସେମାନେ ଏଭଳି ଅଭିନବ ପ୍ରତିବାଦ ଜଣାଇଥିଲେ। ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ୫ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି। ବିବାଦୀୟ ଆଇନକୁ ପ୍ରତ୍ୟାହାର କରିନେବା ଲାଗି ଚାଷୀମାନେ ଦାବି କରୁଥିବାବେଳେ ସରକାର ସେଥିରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଫଳରେ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ତାଳି ଓ ଥାଳି ବଜାଇବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ରବିବାର ବର୍ଷର ଶେଷ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଉତ୍ପାଦିତ ସାମଗ୍ରୀ ପାଇଁ ‘ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ’ (ତ୍ରୁଟିବିହୀନ ଓ ପରିବେଶ ଅନୁକୂଳ) ନୀତି ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ। ଏଠାରେ ଉତ୍ପାଦିତ ସାମଗ୍ରୀ ବିଶ୍ୱ ମାନର ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଦେଶର ଶିଳ୍ପୋଦ୍ୟୋଗୀମାନଙ୍କୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସାମଗ୍ରୀ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭର କରିବା ଲାଗି ପ୍ରେରଣା ଦେଇଥିଲେ। ନୂଆବର୍ଷରେ କେବଳ ଭାରତରେ ନିର୍ମିତ ସାମଗ୍ରୀ ବ୍ୟବହାର ଲାଗି ସଂକଳ୍ପ ନେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂ ଓ ତାଙ୍କ ପରିବାରର ବଳିଦାନକୁ ମନେପକାଇଥିଲେ। ଦେଶରେ ୪ ବର୍ଷ ମଧ୍ୟରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ତାମିଲନାଡୁ କୋଏମ୍ବାଟୁରର ଗାୟତ୍ରୀଙ୍କ ଉଦାହରଣ ଦେଇ ମୋଦି କହିଥିଲେ, ସେ ଓ ତାଙ୍କ ବାପା ଏକ ଅସୁସ୍ଥ କୁକୁର ପାଇଁ ହ୍ବିଲ୍‌ଚେୟାର ବ୍ୟବସ୍ଥା କରିପାରିଛନ୍ତି। ଯେଉଁମାନେ ପ୍ରାଣୀମାନଙ୍କୁ ସହାୟତା କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶର ଯୁବବର୍ଗଙ୍କଠାରେ ଥିବା ‘କରିପାରିବି’ ଦୃଷ୍ଟିଭଙ୍ଗୀ ଓ ‘ନିଶ୍ଚୟ କରିବି’ ଉତ୍ସାହ ପାଇଁ କୌଣସି ଚ୍ୟାଲେଞ୍ଜ ସେମାନଙ୍କ ପାଇଁ ବଡ଼ ହୋଇନାହିଁ କି କିଛି ସେମାନଙ୍କ ପହୁଞ୍ଚ ବାହାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri