Posted inଜାତୀୟ

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବା ସହ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମା, ହରିୟାଣାର ରୋହତକ୍‌ ଓ ଜିନ୍ଦ୍‌ ଜିଲା ଏବଂ ପଞ୍ଜାବର ଅମୃତସର, ଫିରୋଜପୁର, ସାଙ୍ଗ୍ରୁର୍‌, ତଲଓ୍ବାଣ୍ଡି ସାବୋ, ବଠିଣ୍ଡା, ତରନତାରନ୍‌ ଏବଂ ଗୁରଦାସପୁର ଜିଲାରେ କୃଷକମାନେ ଥାଳି ବଜାଇ ପ୍ରତିବାଦ କରିଥିଲେ। ଚାଷୀଙ୍କ ସହ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଉଦ୍‌ବୋଧନ ବେଳେ ଥାଳି ବାଡ଼େଇ ଏହାର ପ୍ରତିବାଦ ଜଣାଇବାକୁ ଗତ ରବିବାର ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ଶୁଣି ଶୁଣି ଆମେ କ୍ଳାନ୍ତ ହୋଇଗଲୁଣି। ଆମ ମନର କଥାକୁ ମୋଦି
କେବେ ଶୁଣିବେ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଭାଷଣ ଯେପରି ଆମ ପାଖରେ ନ ପହଞ୍ଚତ୍ବ ସେଥିପାଇଁ ଆମେ ଥାଳି ବଜାଉଥିବା ଚାଷୀମାନେ କହିଥିଲେ।
ବିଭିନ୍ନ ରାଜ୍ୟର ହଜାର ହଜାର କୃଷକ ଦୀର୍ଘ ମାସେ ହେଲା ଶୀତ କାକରରେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଥିଲାବେଳେ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସେମାନେ ଏଭଳି ଅଭିନବ ପ୍ରତିବାଦ ଜଣାଇଥିଲେ। ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ୫ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି। ବିବାଦୀୟ ଆଇନକୁ ପ୍ରତ୍ୟାହାର କରିନେବା ଲାଗି ଚାଷୀମାନେ ଦାବି କରୁଥିବାବେଳେ ସରକାର ସେଥିରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଫଳରେ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ତାଳି ଓ ଥାଳି ବଜାଇବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ରବିବାର ବର୍ଷର ଶେଷ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଉତ୍ପାଦିତ ସାମଗ୍ରୀ ପାଇଁ ‘ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ’ (ତ୍ରୁଟିବିହୀନ ଓ ପରିବେଶ ଅନୁକୂଳ) ନୀତି ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ। ଏଠାରେ ଉତ୍ପାଦିତ ସାମଗ୍ରୀ ବିଶ୍ୱ ମାନର ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଦେଶର ଶିଳ୍ପୋଦ୍ୟୋଗୀମାନଙ୍କୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସାମଗ୍ରୀ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭର କରିବା ଲାଗି ପ୍ରେରଣା ଦେଇଥିଲେ। ନୂଆବର୍ଷରେ କେବଳ ଭାରତରେ ନିର୍ମିତ ସାମଗ୍ରୀ ବ୍ୟବହାର ଲାଗି ସଂକଳ୍ପ ନେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂ ଓ ତାଙ୍କ ପରିବାରର ବଳିଦାନକୁ ମନେପକାଇଥିଲେ। ଦେଶରେ ୪ ବର୍ଷ ମଧ୍ୟରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ତାମିଲନାଡୁ କୋଏମ୍ବାଟୁରର ଗାୟତ୍ରୀଙ୍କ ଉଦାହରଣ ଦେଇ ମୋଦି କହିଥିଲେ, ସେ ଓ ତାଙ୍କ ବାପା ଏକ ଅସୁସ୍ଥ କୁକୁର ପାଇଁ ହ୍ବିଲ୍‌ଚେୟାର ବ୍ୟବସ୍ଥା କରିପାରିଛନ୍ତି। ଯେଉଁମାନେ ପ୍ରାଣୀମାନଙ୍କୁ ସହାୟତା କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶର ଯୁବବର୍ଗଙ୍କଠାରେ ଥିବା ‘କରିପାରିବି’ ଦୃଷ୍ଟିଭଙ୍ଗୀ ଓ ‘ନିଶ୍ଚୟ କରିବି’ ଉତ୍ସାହ ପାଇଁ କୌଣସି ଚ୍ୟାଲେଞ୍ଜ ସେମାନଙ୍କ ପାଇଁ ବଡ଼ ହୋଇନାହିଁ କି କିଛି ସେମାନଙ୍କ ପହୁଞ୍ଚ ବାହାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri