Posted inଜାତୀୟ

ପିଏଫ୍‌ଆଇକୁ ପ୍ରହାର, ଆର୍‌ଏସ୍‌ଏସ୍‌କୁ ରିହାତି

ନୂଆଦିଲ୍ଲୀ, ୨୯ା୯: କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଥିବା କଠୋରପନ୍ଥୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ମଙ୍ଗଳବାର ରାତିଅଧିଆ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆତଙ୍କବାଦ ନିରୋଧୀ ଆଇନ ବଳରେ ଦେଶର ବିଭିନ୍ନ ଭାଗରେ ଏନ୍‌ଆଇଏ ସମେତ ଅନ୍ୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ପିଏଫ୍‌ଆଇ ସଦସ୍ୟମାନଙ୍କୁ ଲଗାତର ଧରପଗଡ଼ କରିବା ପରେ ଏହାକୁ ନିଷିଦ୍ଧ ଘୋଷଣା କରାଯାଇଛି। କେବଳ ଏତିକି ନୁହେଁ, ଆଗକୁ ମଧ୍ୟ ସଙ୍ଗଠନର ଅନେକ ସଦସ୍ୟଙ୍କୁ ଗିରଫ କରାଯିବ। ଏଥିସହ ପିଏଫ୍‌ଆଇ ସମ୍ପତ୍ତି ବାଜ୍ୟାପ୍ତ ଓ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବ। ପିଏଫ୍‌ଆଇ ଉପରେ କେନ୍ଦ୍ରୀୟ ଅଙ୍କୁଶକୁ ଭାଜପା ଏକ ଦୃଢ଼ ଓ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଶଂସା କରିଛି। ଅନ୍ୟପକ୍ଷେ ବିରୋଧୀନେତାମାନେ ଏହାକୁ ନିନ୍ଦାକରି ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଆର୍‌ଏସ୍‌ଏସ୍‌ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଏସ୍‌ଡିପିଆଇ) ସମେତ ବାମପନ୍ଥୀ ନେତାମାନେ ଆର୍‌ଏସ୍‌ଏସ୍‌ ଉପରେ ବ୍ୟାନ୍‌ ଲଗାଇବାକୁ ଦାବି କରିଛନ୍ତି। ଏସ୍‌ଡିପିଆଇ ଅଧ୍ୟକ୍ଷ ଏମ.କେ. ଫୈଜି କହିଛନ୍ତି, ଭାଜପା ସରକାରର ଜନବିରୋଧୀ ନୀତି ଓ ଭୁଲ୍‌ ପଦକ୍ଷେପକୁ ନେଇ ଯିଏ ମୁହଁ ଖୋଲିବ ତାକୁ ଗିରଫ କରାଯିବ। ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଆର୍‌ଏସ୍‌ଏସ୍‌କୁ ଏକ ହିନ୍ଦୁ କଠୋରପନ୍ଥୀ ସଙ୍ଗଠନ ଭାବେ ଅଭିହିତ କରି ଏହା ଉପରେ ବ୍ୟାନ୍‌ ଲଗାଯିବାକୁ ଦାବି କରିଛନ୍ତି। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ମତରେ କୌଣସି ସଙ୍ଗଠନକୁ ନିଷିଦ୍ଧ ଘୋଷଣା କରିବା ସମାଧାନ ନୁହେଁ। କାରଣ ସେଗୁଡ଼ିକ ନୂଆ ନାମ ନେଇ ପୁନଃ ଆବିର୍ଭାବ ହୋଇଥାନ୍ତି। ଆର୍‌ଏସ୍‌ଏସ୍‌କୁ ୩ ଥର ବ୍ୟାନ୍‌ କରାଯାଇଥିଲା। ଏହି ସଙ୍ଗଠନ କ’ଣ କାମ କରିବା ବନ୍ଦ କରିଦେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଏହି ସଙ୍ଗଠନ ଭାରତରେ ଏକ ଆତଙ୍କବାଦଭିତ୍ତିକ ନକାରାତ୍ମକ ଶାସନ ପାଇଁ ଉଦ୍ୟମ ଚଳାଇଆସୁଥିଲା। ଦେଶ ବିରୋଧୀ ଭାବାବେଗକୁ ପ୍ରୋତ୍ସାହନ ଦେବା ସହ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ମତାଇ ବିଦ୍ୱେଷ ଓ ଘୃଣା ବିସ୍ତାର କରୁଥିଲା, ଯେଉଁଥିପାଇଁ ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ଦେଖାଦେଇଥିଲା।

ରିହାବ୍‌ ଇଣ୍ଡିଆ ଫାଉଣ୍ଡେଶନ ପିଏଫ୍‌ଆଇ ସଙ୍ଗଠନ ସଦସ୍ୟଙ୍କ ସହାୟତାରେ ପାଣ୍ଠି ସଂଗ୍ରହ କରୁଥିଲା। ପିଏଫ୍‌ଆଇ ସଦସ୍ୟମାନେ କ୍ୟାମ୍ପସ୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ, ଏମ୍ପାଓ୍ବାର ଇଣ୍ଡିଆ ଫାଉଣ୍ଡେଶନ ଏବଂ କେରଳର ରିହାବ ଫାଉଣ୍ଡେଶନର ମଧ୍ୟ ସଦସ୍ୟ ଥିଲେ। ସେହିପରି ଜୁନିୟର ଫ୍ରଣ୍ଟ୍‌, ଅଲ୍‌ ଇଣ୍ଡିଆ ଇମାମ୍‌ସ କାଉନସିଲ୍‌, ନ୍ୟାଶନାଲ କନ୍‌ଫେଡେରେଶନ୍‌ ଅଫ୍‌ ହ୍ୟୁମାନ ରାଇଟ୍ସ କନଫେଡେରେଶନ ଏବଂ ନ୍ୟାଶନାଲ ଓମେନ୍‌ସ ଫ୍ରଣ୍ଟ୍‌ର କାର୍ଯ୍ୟକଳାପ ଉପରେ କିଛି ଦିନ ହେଲା କଡ଼ା ନଜର ରଖାଯାଇଥିଲା। ପିଏଫ୍‌ଆଇ ନେତାମାନେ ଏହି ସଙ୍ଗଠନଗୁଡ଼ିକୁ ବଳ ଦେଇଥିଲେ। ଯୁବ, ଛାତ୍ର, ମହିଳା, ଇମାମ୍‌, ଆଇନଜୀବୀ କିମ୍ବା ଦୁର୍ବଳ ଲୋକଙ୍କୁ ନେଇ ସଦସ୍ୟତା ବଢ଼ାଇବା ଏବଂ ପାଣ୍ଠି ସଂଗ୍ରହ ଦକ୍ଷତା ବୃଦ୍ଧି ପାଇଁ ଏହି ସହଯୋଗୀ ସଙ୍ଗଠନଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା। ପିଏଫ୍‌ଆଇ ପକ୍ଷରୁ ଘଟାଯାଇଥିବା ଆପରାଧିକ ହିଂସାତ୍ମକ କାର୍ଯ୍ୟ ମଧ୍ୟରେ ରହିଛି, ଜଣେ ପ୍ରଫେସରଙ୍କ ହାତ କାଟିବା, ଅନ୍ୟ ଧର୍ମ ଉପରେ ଆସ୍ଥା ରଖୁଥିବା ଲୋକଙ୍କୁ ହତ୍ୟା କରିବା, ବିଶିଷ୍ଟ ବ୍ୟକ୍ତି ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ ପାଇଁ ବିସ୍ଫୋରକ ସଂଗ୍ରହ କରିବା ଏବଂ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା। କେରଳ, କର୍ନାଟକ ଓ ତାମିଲନାଡ଼ୁର ଅନେକ ଲୋକ ପିଏଫ୍‌ଆଇ ବର୍ବରତାର ଶିକାର ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ପିଏଫ୍‌ଆଇ କ’ଣ

ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ନିଜକୁ ସଂଖ୍ୟାଲଘୁ, ଦଳିତ ଓ ବଞ୍ଚିତ ବର୍ଗଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଏକ ସଙ୍ଗଠନ ବୋଲି ଦାବି କରେ। ୨୦୦୬ ନଭେମ୍ବର ୨୨ରେ ପ୍ରତିଷ୍ଠିତ ଏହି ଇସ୍‌ଲାମିକ୍‌ ଅର୍ଗାନାଇଜେଶନ ମୁସଲମାନମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରି ହିନ୍ଦୁ ଜାତୀୟତାବାଦ ବିରୋଧୀ ଆଭିମୁଖ୍ୟ ଦେଖାଇ ଆସିଛି। ନୂଆଦିଲ୍ଲୀରେ ଏହାର ମୁଖ୍ୟାଳୟ ଥିବାବେଳେ ଓଏମ୍‌ଏ ଅବଦ୍ଦୁଲ ସଲାମ ଅଧ୍ୟକ୍ଷ ରହିଛନ୍ତି। ଇଣ୍ଡିଆନ ମୁଜାହିଦ୍ଦିନ୍‌ ସହ ଅନୁବନ୍ଧିତ ସଙ୍ଗଠନ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ (ସିମି)କୁ କେନ୍ଦ୍ର ବ୍ୟାନ କରିବା ପରେ ଏହାର ଆବିର୍ଭାବ ହୋଇଥିଲା। ଇସ୍‌ଲାମିକ୍‌ ଷ୍ଟେଟ୍‌, ତାଲିବାନ୍‌ ଏବଂ ଅଲ୍‌କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖି ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଦର୍ଶାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ପିଏଫ୍‌ଆଇ ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି କରିଛି।

ବ୍ୟାନ୍‌ ପ୍ଲାନ୍‌

ଶେଷ ସପ୍ତାହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ମନ୍ତ୍ରଣା।
ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଞ୍ଜୁରୀ।
-ସେପ୍ଟେମ୍ବର ୧୫ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏବଂ -ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନଙ୍କ ସହ ଡୋଭାଲଙ୍କ ବୈଠକ।
୨୨ରେ ୧୫ ରାଜ୍ୟର ୧୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ ସହ ଶତାଧିକ ଗିରଫ।
୨୭ରେ ଏକକାଳୀନ ୭ ରାଜ୍ୟରେ ଚଢ଼ାଉ କରି ୧୭୦ରୁ ଊର୍ଦ୍ଧ୍ୱ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ।

 

ଭାରତ ବିରୋଧୀ ତତ୍ତ୍ୱଗୁଡ଼ିକ ସହ ଘନିଷ୍ଠତା ଥିବା ସଙ୍ଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଣତନ୍ତ୍ର ବିରୋଧୀ ତଥା ଷଡ଼ଯନ୍ତ୍ରକାରୀଙ୍କ ଉପରେ ବ୍ୟାନ୍‌କୁ କେତେକ ରାଜନୈତିକ ଦଳ ସୁରକ୍ଷା ଦେଇ ଆସୁଥିଲେ। ସମାଜପ୍ରତି ପ୍ରତିଶ୍ରୁତିବଦ୍ଧ ମୋଦି ସରକାରଙ୍କ ପଦକ୍ଷେପ ରାଜନୈତିକ ହାନିଲାଭ ଦୃଷ୍ଟିରୁ ଦେଖା ନ ଯାଉ।
-ମୁକ୍ତାର ଅବାସ୍‌ ନକ୍‌ଭି, ବରିଷ୍ଠ ଭାଜପା ନେତା
ପିଏଫ୍‌ଆଇ ହେଉଛି ସିମିର ଏକ ଅବତାର। ସମାଜରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ପାଇଁ ଅନେକ ଦରିଆପାରି ଆତଙ୍କବାଦୀ ସଙ୍ଗଠନ ସହ ପିଏଫ୍‌ଆଇ ସମ୍ପର୍କ ରଖିଥିଲା।
-ସି.ଟି. ରବି, ଭାଜପା ସାଧାରଣ ସମ୍ପାଦକ
ସଂଖ୍ୟାଗରିଷ୍ଠ ହୁଅନ୍ତୁ କି ସଂଖ୍ୟାଲଘୁ, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀଙ୍କ ବିରୋଧରେ କଂଗ୍ରେସ ସର୍ବଦା କହିଆସିଛି। ଘୃଣା ଓ ହିଂସାକୁ ପ୍ରଶ୍ରୟ ଦେଉଥିବା ବିଚାରଧାରା ନିନ୍ଦନୀୟ
-ଜୟରାମ ରମେଶ, କଂଗ୍ରେସ ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri