ସ୍ବାମୀଙ୍କୁ ମାଡ଼, ସ୍ତ୍ରୀଙ୍କୁ ଗଣବଳାତ୍କାର

ବାଲେଶ୍ୱର ଅଫିସ, ୨୨।୯: ବାଲେଶ୍ୱର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳରେ ୧୮ ତାରିଖ ବିଳମ୍ବିତ ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୬ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ମାଡ଼ ମାରି କଟୁରିରେ ହାଣି କ୍ଷତାକ୍ତ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ଜବରଦସ୍ତ ଏକ ପଡ଼ିଆକୁ ନେଇ ଗଣବଳାତ୍କାର କରିଛନ୍ତି। ଏନେଇ ପୀଡିତା ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୩୯୪, ୩୦୭, ୩୭୬(ଡି), ୩୪ ଏବଂ ଆର୍‌/ଡବ୍ଲ୍ୟୁ ସେକ୍‌ସନ ୩(୨)(ଭି) ଏସ୍‌ସି/ଏସ୍‌ଟି (ପିଓଏ) ଆକ୍ଟ ଅନୁଯାୟୀ ମାମଲା (ନଂ. ୩୦୦/୨୨) ରୁଜୁ କରି ୬ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ନାବାଳକ ଥିବାରୁ ଅନ୍ୟ ୪ଜଣଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି ବୋଲି ସହଦେବଖୁଣ୍ଟା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ମାନସ ଦେଓ ସୂଚନା ଦେଇଛନ୍ତି।

ଅରଡ଼ବଜାର ଅଞ୍ଚଳରେ ଭଡ଼ାରେ ରହୁଥିବା ଉକ୍ତ ଦମ୍ପତି ରେଲଓ୍ବେ ମାଲଗୋଦାମରେ କାମ କରନ୍ତି। ଗତ ରବିବାର ରାତିରେ କେତେଜଣ ଶ୍ରମିକଙ୍କୁ ସେମାନେ ଟ୍ରେନ୍‌ରେ ଚଢ଼ାଇ ରାତି ପ୍ରାୟ ୨ଟା ବେଳେ ଘରକୁ ଫେରୁଥିବା ବେଳେ ଆନନ୍ଦବଜାର ଛକ ନିକଟରେ ୬ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ମାରପିଟ୍‌ କରିବା ସହ ତାଙ୍କ ପାଖରେ ଥିବା ଜିନିଷପତ୍ର ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଏହାଦେଖି ଉଭୟେ ଅରଡ଼ବଜାରସ୍ଥିତ ଭଡ଼ା ଘର ଆଡ଼କୁ ଦୌଡ଼ି ପଳାଉଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ସ୍ବାମୀଙ୍କୁ ମାଡ଼ ମାରିବା ସହ କଟୁରିରେ ତାଙ୍କ ହାତକୁ ହାଣି କ୍ଷତାକ୍ତ କରିଥିଲେ। ଏଥିରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଥିବା ବେଳେ ତାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା ନେଇଯାଇଥିଲେ।

ପରେ ତାଙ୍କ ସ୍ତ୍ରୀଙ୍କୁ ଏକ ସ୍କୁଟିରେ ବସାଇ ଦୁର୍ବୃତ୍ତମାନେ ନିକଟରେ ଥିବା ଗୋଧିବସା ପଡ଼ିଆକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। କୌଶଳକ୍ରମେ ମହିଳା ଜଣକ ସେଠାରୁ ପଳାଇ ଆସି ସ୍ବାମୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସହ ନିଜେ ଚିକିତ୍ସିତ ହୋଇଥିଲେ। ଏହାପରେ ପୀଡ଼ିତା ଗତ ସୋମବାର ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ସ୍ବାମୀଙ୍କୁ ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସହଦେବଖୁଣ୍ଟା ଥାନା ଅଧୀନ ଗୋଧିବସା ଅଞ୍ଚଳର ଦେବେନ୍ଦ୍ର ସିଂ (୨୮) ବୋଲି ସ୍ବାମୀ ଚିହ୍ନଟ କରିଥିଲେ। ପରେ ପୋଲିସ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା। ତାଙ୍କ ବୟାନକୁ ଭିତ୍ତି କରି ପୋଲିସ ଦେବେନ୍ଦ୍ରଙ୍କ ସହଯୋଗୀ କଙ୍କ ସିଂ (୨୫), ବୁଲା ସାହୁ (୨୬) ଓ ସାଲଖା ମୁର୍ମୁ (୨୭)ଙ୍କୁ ଗିରଫ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୨୫ଶହ ଟଙ୍କା, ବ୍ୟବହୃତ ସ୍କୁଟି, କଟୁରି, ଦେଶୀ ବନ୍ଧୁକ, ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସାଲ୍‌ଖା ମୁର୍ମୁଙ୍କ ନାମରେ ପୂର୍ବରୁ ସହଦେବଖୁଣ୍ଟା ଥାନାରେ ୫ଟି ବିଭିନ୍ନ ପ୍ରକାର ମାମଲା ଥିବା ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri