ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼

ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଅଟକ ଯୁବକ ଦ୍ୱୟ ପଶ୍ଚିମବଙ୍ଗ କେସିଆଡି ଅଞ୍ଚଳର ସାକିର ଖାଁ ଓ଼ ଜୁମାନ ଖାଁ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଯୁବକ ଦ୍ୱୟ ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ଛକରୁ ଗୋଟିଏ ଛେଳିକୁ ଉଠାଇନେଇ ବାଇକ୍‌ରେ ଯାଉଥିଲେ। ସ୍ଥାନୀୟ ଅଞ୍ଚଳର ବାଦଲ ସିଂ ସେମାନଙ୍କୁ ସାହାରଯୋଡି ଗ୍ରାମ ନିକଟରେ ଗ୍ରାମବାସୀଙ୍କ ସହାୟତାରେ ଅଟକାଇ ପଚରାଉଚୁରା କରିବାରୁ ସେମାନେ ଛେଳି ଚୋରି କରିଥିବା ଜଣାପଡ଼ିଥିଲା। ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସାକିଲ ଓ଼ ଜୁମାନଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ମୋରଡ଼ା ପୋଲିସ ପହଞ୍ଚତ୍ ଗ୍ରାମବାସୀଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ଥାନାରେ ଏକ ମାମଲା(ନଂ. ୨୫୬/୧୦) ରୁଜୁ ହୋଇଛି।