ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା ସମନ୍ବୟକୁ କ୍ଷୁର୍ଣ୍ଣ କରିବ ବୋଲି ଆବେଦନ କରାଇଥିବା ଯୁକ୍ତିକୁ ବିଚାରପତିମାନେ ଖାରଜ କରିଛନ୍ତି। ଆମେରିକାର ସୈନ୍ୟ ବାହିନୀ, ନୌସେନା, ବାୟୁସେନା ଏବଂ କୋଷ୍ଟଗାର୍ଡରେ ଶିଖମାନଙ୍କୁ ଏଭଳି ଅନୁମତି ପୂର୍ବରୁ ମିଳି ସାରିଛି।

ଆମେରିକାର ମେରାଇନ କର୍ପସ ନିୟମକୁ ନେଇ ବିବାଦ ଯୋଗୁ ଶିଖ ସୈନିକମାନେ କୋର୍ଟଙ୍‌ ଦ୍ୱାରସ୍ଥ ହୋଇଥିଲେ।
ଗତ ବର୍ଷ ମେରାଇନ କର୍ପସ ତିନିଜଣ ଶିଖଙ୍କୁ ଧାର୍ମିକ ପରମ୍ପରା ପାଳନ କରିବାକୁ ବାରଣ କରିଥିଲେ। ସେମାନେ ଏକ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୩ ସପ୍ତାହ ମୌଳିକ ତାଲିମ ନେଇଥିଲେ। ତେବେ କେଶ ରଖିବା ଏବଂ ପଗଡି ବାନ୍ଧିବା ନେଇ ସେମାନଙ୍କୁ ମନା କରାଯାଇଥିଲା। ୱାଶିଂଟନରେ ଥିବା ଆମେରିକାର ଅପିଲ କୋର୍ଟର ତିନିଜଣିଆ ଖଣ୍ଡପୀଠ ଏଥିରେ ସହମତ ହୋଇ କହିଛନ୍ତି ଯେ ଦାଢ଼ି ଓ ପଗଡ଼ି ସୁରକ୍ଷା ଉପରେ ପ୍ରଭାବ ପକାଇବ କିମ୍ବା ତାଲିମକୁ ଶାରୀରିକ ଭାବେ ବ୍ୟାହତ କରିବ ବୋଲି ମେରାଇନ କର୍ପସ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନ କରାଯାଇ ନାହିଁ।

Share