୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ ବନ୍ଧା ଯାଇଥିବା ତାରରେ ଫସିଯାଇଥିଲା। ଯାହାକୁ ବୈକୁଣ୍ଠପୁର ବନ ବିଭାଗ କର୍ମଚାରୀମାନେ ୩ ଘଣ୍ଟା ଧରି ଚେଷ୍ଟା କରିବା ପରେ ଉଦ୍ଧାର କରିଛନ୍ତି। ଭାଲୁଟି ଗଛରେ ଫସିଯାଇଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତେବେ ଭାଲୁଟିକୁ ବୁଧବାର ଅପରାହ୍ନରେ ଗଛରୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୩୩ ଘଣ୍ଟା ଧରି ଏହି ଭାଲୁଟି ଗଛର ଦୁଇ ଡାଳ ମଧ୍ୟରେ ଫସି ରହିଥିଲା। ତେବେ ଭୋକ ଉପାସରେ ଏତେ ସମୟ ଧରି ଗଛରେ ଝୁଲି ରହିଥିଲେ ମଧ୍ୟ ଭାଲୁଟି ସୁସ୍ଥ ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

Share