ଗାଁ ମୁହାଁ ଭାଲୁ, ଲୋକେ ଆତଙ୍କିତ

କୋରାପୁଟ,୨୪ା୧(ଅମିତାଭ ବେହେରା): କୋରାପୁଟର ବୋରିଗୁମ୍ମା ବ୍ଲକ ପୋଡ଼ାପଦର ଗାଁରେ ତିନୋଟି ଭାଲୁ ବେଫିକର ଚଲାବୁଲା କରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଡ଼ାପଦର ମୁଖ୍ୟ ରାସ୍ତା ଉପରେ ନିର୍ଭୟରେ ୩ଟି ଭାଲୁ ବୁଲୁଛନ୍ତି। ଦିନରେ ନିକଟସ୍ଥ ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ତିନି ଟିକିଆ ଭାଲୁ ପୋଲ। ଜଙ୍ଗଲରୁ ଆବଶ୍ୟକ ମୁତାବକ ଖାଦ୍ୟ ନପାଇବା ଯୋଗୁ ସେମାନେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। କିଛି ଦିନ ପୂର୍ବରୁ ବିସିଂପୁର ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଥିଲା। ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପୁଣି ଭାଲୁଗୁଡ଼ିକ ପୋଡ଼ାପଦର ମୁଖ୍ୟ ରାସ୍ତା ଏବଂ ମନ୍ଦିର ନିକଟରେ ବୁଲୁଥିବାରୁ ଲୋକେ ସଞ୍ଜ ହେଲେ ଘରୁ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ନେଲା ବଡ଼ ନିଷ୍ପତ୍ତି, ଟ୍ରମ୍ପଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍‌ଲୀ,୧୩।୩: ଇରାନରେ ସଂଘର୍ଷର ପ୍ରଭାବ ଏବେ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବିଭିନ୍ନ ସ୍ଥାନରେ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି,…

କେନ୍ଦୁଝରରେ ଯୁଦ୍ଧର ପ୍ରଭାବ: ଗ୍ୟାସ୍‌ ପାଇଁ ରାସ୍ତାରୋକୋ କଲେ ଲୋକେ

କେନ୍ଦୁଝର,୧୩।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି। ବୁକିଙ୍ଗ୍‌ କରି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍‌ଆଇ, ଜଣେ ବ୍ୟବସାୟୀଙ୍କଠୁ…

ସୁନ୍ଦରଗଡ/ବଡଗାଁ,୧୩।୩(ଜୟ ନାରାୟଣ ମେଣ୍ଡୁଳି, ଅଶୋକ ଷଡ଼ଙ୍ଗୀ): ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍‌ଆଇ। ମଦ ଦୋକାନ ଚଳାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ…

ବିନା କାରଣରେ ସମ୍ପୂର୍ଣ୍ଣ ବ୍ୟବସାୟିକ ଆକାଉଣ୍ଟ ସିଜ୍ କରିପାରିବନି ପୋଲିସ: ହାଇକୋର୍ଟ

କଟକ, ୧୩।୩: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୁର୍ଣ୍ଣ ପାଣ୍ଠିକୁ ସିଜ୍ କରିପାରିବନି ପୋଲିସ୍। ଏକ ମାମଲାର ଶୁଣାଣି କରିବା ମସୟରେ ଏଭଳି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ।…

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦର ବଢିଲା ଅଡୁଆ: ସୋସିଆଲ ମିଡିଆ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩।୩: ନିକଟରେ ହଣ୍ଡ୍ରେଡ ନିଲାମ ଶେଷ ହୋଇଛି। ଏହି ସମୟରେ, ସନରାଇଜର୍ସ ଲିଡ୍ସ ଦଳ ପାକିସ୍ତାନୀ ସ୍ପିନ ବୋଲର ଅବରାର ଅହମ୍ମଦଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି।…

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

‘ତାଙ୍କୁ ଗୁଳି କରିଦିଅ…’ କାହାକୁ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ, କ୍ରିକେଟ୍‌ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୩।୩: ବାଂଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ନିରାଶାଜନକ ବୟାନ ଦେଇଛନ୍ତି। ମୀରପୁରରେ ଖେଳାଯାଇଥିବା ମ୍ୟାଚରେ, ପାକିସ୍ତାନର ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri