ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁର ଅମୂଳ ମାଝି ଓ ଦିପଚନ ମାଝି ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ରବିବାର ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପ୍ରକାଶିତ ହୋଇଥିଲା। ପରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଚିକିତ୍ସାଳୟକୁ ଯାଇ ଅମୂଳ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କ୍ଷତିପୂରଣ ପାଇଁ ତୁରନ୍ତ ଆବେଦନ କରିବା ପାଇଁ ଜଣେ ଅଧିକାରଙ୍କୁ ନିୟୋଜିତ କରିଥିଲେ। ଅନ୍ୟଜଣେ ଆହତ ଦିପଚନ ମାଝି ରାୟପୁରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦିପଚନଙ୍କ ଭାଇ ପ୍ରାଧିକରଣ କାର୍ଯ୍ୟାଳୟରେ ଚିକ ନିମନ୍ତେ ଅର୍ଥ ଓ କ୍ଷତିପୂରଣ ପାଇଁ ଆବେଦନ କରିଥିଲେ। ସଚିବ ଦାଶ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାୟପୁରର ସଚିବଙ୍କୁ ପତ୍ର ଲେଖି ପୀଡିତଙ୍କୁ ସମସ୍ତ ପ୍ରକାର ମାଗଣା ଆଇନ ସେବା ଓ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ଚିକିତ୍ସା


