ନୂଆପଡ଼ା,୨୧।୧୧(ମକାରୁ ବେମାଲ): ନୂଆପଡ଼ା ଏନ୍ଏସି ୧ ନମ୍ବର ୱାର୍ଡ ଶାଖାତରାର ଜଣେ ବୃଦ୍ଧ ଉତ୍ତର କୁମାର ଶବର (୬୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟୁଷରେ ଉତ୍ତର ନିଜ କ୍ଷେତ ଚାଳମୁଡା ପଟେ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ନିକଟ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ପାଖରେ ଥିବା ତାଙ୍କ ଭାଇ ଅକୁରାମ ଶବର ଓ ଅନ୍ୟମାନେ ପହଞ୍ଚତ୍ ଭାଲୁକୁ ଘଉଡାଇଥିଲେ। ଏହାସହ ଉତ୍ତରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଇକ୍ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣରେ ଉତ୍ତରଙ୍କ ମୁହଁ, ହାତ ଓ ଛାତିରେ ଗଭୀର ଆଘାତ ଲାଗିଥିବା ପରିବାର ସୂତ୍ରରୁ ଜଣାପଡିଛି।


