ମାନବିକତା ରହୁ

ଛନ୍ଦା ମିଶ୍ର

କୁହାଯାଏ, ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧ। ଦୁଇଟି ଯାକ ଆମ ଜୀବନରେ ଯେ ଏକାନ୍ତ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହଁି। ତେଣୁ ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ଡାକ୍ତରଙ୍କୁ ଆମେ ଈଶ୍ୱରର ମାନ୍ୟତା ପ୍ରଦାନ କରୁ। ତାଙ୍କ ପ୍ରତିଭା ଓ ସମାଜ ସଂସ୍କାରର ମନୋଭାବକୁ ସମ୍ମାନ ଦେଉ। ମାତ୍ର କିଛି ବର୍ଷ ହେଲାଣି, ଶିକ୍ଷା ଓ ସ୍ବାସ୍ଥ୍ୟକୁ ନେଇ ରୀତିମତ ବେପାର ଆରମ୍ଭ ହୋଇଯାଇଛି। ବିଶେଷ କରି ସରକାରୀ ବିଦ୍ୟାଳୟ ଓ ହାସ୍‌ପାତାଳର ଦୁରବସ୍ଥା ପାଇଁ ମୁଣ୍ଡ ଟେକି ଥିବା ବେସରକାରୀ ଅନୁଷ୍ଠାନମାନେ ନିଜକୁ ଗୋଟିଏ ଗୋଟିଏ ଲାଭଜନକ ସଂସ୍ଥାରେ ପରିଣତ କରିବାକୁ କରିଛନ୍ତି ପ୍ରତିଜ୍ଞା। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଦୁଇଟି ଉଦାହରଣ ହେବ ଯଥେଷ୍ଟ।
ଏଇ କିଛିଦିନ ତଳେ ନିଜକୁ ବିଶ୍ୱ ସ୍ତରୀୟ ତଥା ପ୍ରତିଟି ଛାତ୍ରଙ୍କୁ, ପଢ଼ା ପରେ ରୋଜଗାରର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେବାର ବାହୁସ୍ଫୋଟ ମାରୁଥିବା ସଂସ୍ଥାରେ ପରିଚିତଙ୍କ ପୁଅଟି ପାଠପଢ଼ି ଚାକିରି ପାଇଲା। କିନ୍ତୁ ଛ ମାସ ପରେ ଚାକିରିରୁ ବିଦା ହୋଇ ପିଲାଟି ଘରକୁ ଆସିଲା ପରେ ଜଣାପଡ଼ିଲା, କଲେଜର କାରସାଦି। କଲେଜ କର୍ତ୍ତୃପକ୍ଷ ପାଠପଢ଼ା ବାବଦରେ ନେଇଥିବା ବିପୁଳ ପରିମାଣର ଅର୍ଥ ମଧ୍ୟରେ ନେଇଯାଇଥିଲେ ପିଲା ପାଇଁ ଛ ମାସର ଦରମା। ଆଶ୍ଚର୍ଯ୍ୟର କଥା, ପିଲା ପାଠ ପଢୁ ବା ନ ପଢ଼ୁ, ପିଲା ସ୍ବାବଲମ୍ବୀ ହେଉ ବା ନ ହେଉ ସେଥିପାଇଁ ଅନୁଷ୍ଠାନର କୌଣସି କର୍ତ୍ତବ୍ୟବୋଧ ନାହିଁ! ଏବେ ଦେଖିବା ହାସ୍‌ପାତାଳର କଥା। ସମ୍ପର୍କୀୟ ଭାଇଙ୍କ ସ୍କୁଟରରେ କୁକୁରଟିଏ ପଶି ଯିବାରୁ ସେ ଦୁର୍ଘଟଣାର ସମ୍ମୁଖୀନ ହେଲେ। ସେ ଚିକିତ୍ସା ପାଇଁ ବେସରକାରୀ ହସ୍ପିଟାଲକୁ ଗଲେ। ସେଠି ଡାକ୍ତର କେତେଗୁଡ଼ିଏ ଟେଷ୍ଟ କରାଇବା ସହ, ତାଙ୍କ କ୍ଷତ ସଫା କରି ହାତ ଭାଙ୍ଗି ଥିବାରୁ ପ୍ଲାଷ୍ଟର କରିଦେଲେ। ଔଷଧ ଖାଇବା ସତ୍ତ୍ୱେ, ଅତି ପ୍ରବଳ ଯନ୍ତ୍ରଣା ହେଉ ଥିବାରୁ ଭାଇ ଅନ୍ୟ ଜଣେ ପରିଚିତ ଡାକ୍ତରଙ୍କୁ ଦେଖାଇଲା ପରେ ସେ କହିଲେ, ‘ଜଣେ ଡାକ୍ତର ଏପରି ଅଜ୍ଞ କିପରି ହୋଇପାରେ, କ୍ଷତ ଉପରେ କେହି କ’ଣ ପ୍ଲାଷ୍ଟର ଚଢ଼ାଇ ପାରେ!’ ସଙ୍ଗେ ସଙ୍ଗେ ପ୍ଲାଷ୍ଟର କଟା ହେଲା। କ୍ଷତଟି ପଚି ସାରିଥିଲା। ତାକୁ ପୁଣି ଥରେ ଡ୍ରେସିଂ କରି, ହାତଟିକୁ କାନ୍ଧର ସାହାରା ଦେଇ ଝୁଲାଇ ରଖାଗଲା। କିଛି ମାସ ବିତି ଗଲାଣି, କ୍ଷତ ଶୁଖି ଗଲାଣି, ମାତ୍ର ହାତଟି ଏପର୍ଯ୍ୟନ୍ତ ସିଧା ହୋଇପାରୁନି। ଅନେକ ବେସରକାରୀ ଚିକିତ୍ସାଳୟର ଅବସ୍ଥା ଏହିପରି। ରୋଗୀ ଟିଏ ପହଞ୍ଚିଲା ମାତ୍ରେ ତା’ର ଆବଶ୍ୟକ ଥାଉ ବା ନ ଥାଉ ଅନେକଗୁଡ଼ିଏ ଦାମୀ ପରୀକ୍ଷା କରାଇବା ସହ ରୋଗୀ ଓ ତା’ର ପରିବାରବର୍ଗଙ୍କୁ ଏପରି ଡରାଇ ଦିଆଯାଉଛି ଯେ, ତାଙ୍କୁ ମନେହେଉଛି, ଡାକ୍ତରଖାନାରୁ ବାହାରିଲା ମାତ୍ରେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଦ୍ୱିତୀୟ ଈଶ୍ୱରଙ୍କ ହାତରେ ନିଜକୁ ସମର୍ପି ଦେଇ ହେଉଛି ସର୍ବସ୍ବାନ୍ତ।
ଏହି ଦୁଇଟି ଯାକ ବିଭାଗକୁ ସମାଜରେ ବେଶ୍‌ ମର୍ଯ୍ୟାଦାଜନକ ସ୍ଥାନ ମିଳିଥିଲେ ବି ସେମାନେ ତାହାକୁ ବ୍ୟବସାୟରେ ପରିଣତ କରି, କେବଳ ଲାଭ ସାଉଁଟିବାର ପଣରେ ନିଜକୁ ମାନବରୁ ମେଶିନରେ ବଦଳେଇ ସାରିଲେଣି। ମାନବିକତାଠାରୁ ଏମାନେ ଏବେ ଢେର୍‌ ଦୂରରେ। କାରଣ ଏହି ଅନୁଷ୍ଠାନଗୁଡ଼ିକର ମାଲିକମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟ ସହ କୌଣସି ସମ୍ପର୍କ ନାହିଁ, ବରଂ ନିଜର ଅନ୍ୟ ବ୍ୟବସାୟର ଲାଭାଂଶକୁ ସେମାନେ ଏହି କ୍ଷେତ୍ରରେ ଖଟାଇ ନିଜ ପକେଟ ପୂରାଇବାରେ ବିଶ୍ବାସ ରଖନ୍ତି।
ପୁଣି ପୁଅ ମନରେ ସେବା ମନୋଭାବ ନ ଥିଲେ ବି, ପିତାମାତାଙ୍କ ସପ୍ନ ପୂରଣ ପାଇଁ ତାକୁ, ବେସରକାରୀ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଡାକ୍ତର ହେବାକୁ ପଡୁଚି। ଫଳ ଯାହା ହେବା କଥା! ସେ ଡାକ୍ତର ହେବା ପୂର୍ବରୁ, କେଉଁ କେଉଁ ଉପାୟରେ ପିତା ମାତାଙ୍କ ଖର୍ଚ୍ଚର ଭରଣା କରିବ ତା’ର ଚିନ୍ତା ତାକୁ ଘାରୁଛି। ତେଣୁ ସେବା ମନୋବୃତ୍ତି ତ ଦୂରର କଥା, ଡାକ୍ତରୀ ଜ୍ଞାନ ଥିବା ଡାକ୍ତରଟିଏ ମିଳିବା କଷ୍ଟକର ହୋଇ ପଡୁଚି । ଏବେ ସରକାର ଏସବୁ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିନ୍ତା କଲେଣି। କିନ୍ତୁ ସ୍ବାସ୍ଥ୍ୟ ପରି ସମ୍ବେଦନଶୀଳ କ୍ଷେତ୍ରରେ ମାପକାଠି, ଜାତି ନା ଯୋଗ୍ୟତା, ତାହା ମଧ୍ୟ ଗମ୍ଭୀର ଭାବେ ବିଚାର୍ଯ୍ୟର ବିଷୟ।
ଯଦି ସରକାରୀ ଅନୁଷ୍ଠାନରେ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟର ବନ୍ଦୋବସ୍ତ ହୋଇଛି, ତା’ହେଲେ ପ୍ରତିଦିନ ନୂଆ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ମୁଣ୍ଡ ଟେକୁଛି କିପରି? ହାତୀ ଯିବା ପାଇଁ ରାସ୍ତା କରି ପିମ୍ପୁଡ଼ି ପାଇଁ ସମସ୍ତ ବାଟ ବନ୍ଦ କରି ଦିଆଯିବାର ମାନେ କ’ଣ ? ଶିକ୍ଷାଦାନ ଓ ସ୍ବାସ୍ଥ୍ୟସେବା, ଉଭୟ ମଣିଷ ପଣିଆର ନିଦର୍ଶନ ବିନା ନିରର୍ଥକ ମନେହୁଏ ନାହିଁ କି?ଯଦି ସରକାର ନିୟମଟିଏ କରନ୍ତେ ଯେ, ସରକାରୀ ବାବୁମାନେ ନିଜର ସମସ୍ତ ଆବଶ୍ୟକତା ପାଇଁ ସରକାରୀ ବିଦ୍ୟାଳୟ ଓ ଚିକିତ୍ସାଳୟ ଛାଡ଼ି, ବେସରକାରୀ ଅନୁଷ୍ଠାନକୁ ଯାଇପାରିବେ ନାହିଁ, ତେବେ ସମସ୍ୟାଟିର ସରଳ ସମାଧାନ ହୋଇପାରନ୍ତା। ସରକାରୀ ଅନୁଷ୍ଠାନଗୁଡ଼ିକ ନିଜ ପୂର୍ବ ସ୍ଥିତି ଫେରିପାଆନ୍ତେ ଓ ବେସରକାରୀମାନଙ୍କ ଉପରେ ଅଙ୍କୁଶ ଲାଗନ୍ତା। କିନ୍ତୁ ତା’ ମନେହୁଏ ସ୍ବପ୍ନ ପ୍ରାୟ..।
ମୋ:୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri