‘ଯାଇନି ମହାମାରୀ, ସତର୍କ ରୁହ’

ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ହେଲେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ନୁହେଁ। କିନ୍ତୁ ଆଗକୁ ସଂକ୍ରମଣ ବଢିପାରେ ତେଣୁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
ଆହୁରି ମଧ୍ୟ କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହା ସହିତ ଟେଷ୍ଟିଂ ମଧ୍ୟ ବଢାଇବାକୁ କୁହାଯାଉଛି। ତେବେ ସଂକ୍ରମଣ ବଢିଲେ ଜିଲାସ୍ତରରେ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।