ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ଏହି ଉପାୟରେ ଘରକୁ ଆସିବ କରୋନା

କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା ଅବଲମ୍ବନ ନ କଲେ ଏହା ଜୀବନ ପ୍ରତି ଭାରି ପଡ଼ିପାରେ। କାରଣ ଏବେ ଗୋଟିଏ ପରେ ଗୋଟିଏ ପୂଜା ପାର୍ବଣ ଲାଗିରହିବ। କିଣାକିଣି ନ କଲେ ମଧ୍ୟ କାମ ଅଚଳ। ଅନ୍ୟପକ୍ଷରେ ଧୀରେ ଧୀରେ ଦୋକାନ ବଜାର ମଧ୍ୟ ଖୋଲିଗଲାଣି। ଏଥିପାଇଁ ଲୋକେ କିଣାକିଣି କରିବାକୁ ବଜାର ଯାଉଛନ୍ତି। ବଜାର ଯାଆନ୍ତୁ ମନା ନାହିଁ, ମାତ୍ର ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍‌ ଘରକୁ ସାଥୀରେ କରୋନା ଧରି ଆସିବେ।

ସର୍ବଦା ମାସ୍କ ପିନ୍ଧନ୍ତୁ। ଅଧିକ ଗହଳିକୁ ଆଦୌ ଯାଆନ୍ତୁ ନାହିଁ। ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ବଜାରକୁ ଯିବାକୁ ପୂର୍ବରୁ ଘଣ୍ଟା, ମୁଦି ଓହ୍ଲାଇ ଯାଆନ୍ତୁ। କିଛି ସାମଗ୍ରୀ କିଣି ସାରିବା ପରେ ଦୋକାନୀଙ୍କ ସହ ନଗଦ ଟଙ୍କା ଦେଣନେଣ ନ କରି ଡିଜିଟାଲ ରୂପରେ ଟଙ୍କା ଦିଅନ୍ତୁ। ଯେମିତିକି ପେଟିଏମ୍‌ କିମ୍ବା ଫୋନ୍‌ ପେରେ ଟଙ୍କା ଦିଅନ୍ତୁ। ପୂରା ଶରୀରକୁ ଘୋଡ଼ାଇ ହୋଇ ବଜାର ଯାଆନ୍ତୁ। ସାନିଟାଇଜର ସାଥୀରେ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଘରୁ ପାଣି ପିଇକି ଯାଆନ୍ତୁ। ବାହାରେ ଆଦୌ ଖାଆନ୍ତୁ ନାହିଁ କି ପାଣି ପିଅନ୍ତୁ ନାହିଁ। ଅତି ଜରୁରୀ ନ ପଡ଼ିଲେ ବଜାର ଯାଆନ୍ତୁ ନାହିଁ, ସାଥୀରେ ମଧ୍ୟ ଅନ୍ୟ କାହାକୁ ନିଅନ୍ତୁ ନାହିଁ। ବିଶେଷକରି ଛୋଟ ପିଲାଙ୍କୁ ଆଦୌ ନିଅନ୍ତୁ ନାହିଁ।

ବଜାରରୁ ଫେରିବା ପରେ ସାମଗ୍ରୀକୁ ସାନିଟାଇଜ୍‌ କରନ୍ତୁ। ପରିବାକୁ ଅଳ୍ପ ଲୁଣ ପାଣିରେ ପକାନ୍ତୁ। ପରିବାକୁ କିଛି ଘଣ୍ଟା ବାହାରେ ରଖିଦିଅନ୍ତୁ। ଜୋତା କିମ୍ବା ଚପଲ ଘର ଭିତରକୁ ଆଣନ୍ତୁ ନାହିଁ। ଅଳ୍ପ ଉଷୁମ ପାଣିରେ ସ୍ନାନ କରନ୍ତୁ। ପିନ୍ଧିଥିବା କପଡ଼ାପତ୍ର ସଙ୍ଗେ ସଙ୍ଗେ ଧୋଇଦିଅନ୍ତୁ। ସ୍ନାନ ପୂର୍ବରୁ ପିଲାମାନଙ୍କ ସଂସ୍ପର୍ଶରେ ଆଦୌ ଆସନ୍ତୁ ନାହିଁ। ମୋବାଇଲ, ଗାଡ଼ି ଚାବି, କଲମକୁ ମଧ୍ୟ ସାନିଟାଇଜ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri