ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ ଆଗାମୀ ୪ ଦିନ ଯାଏ ରାଜ୍ୟର ୩ଟି ପ୍ରମୁଖ ଜିଲାକୁ ରେଡ୍‌ ଚେତାବନୀ (Red Warning) ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା ବଲାଙ୍ଗୀର, ବୌଦ୍ଧ ଏବଂ ସମ୍ବଲପୁର। ଏହା ସହିତ ଚାରି ଜିଲାକୁ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୯ ତାରଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରଚଣ୍ଡ ଖରା ଓ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ କେତେକ ଜରୁରୀ ଗାଇଡଲାଇନ ମାନିବାକୁ କୁହାଯାଇଛି। ତୃଷା ନଲାଗିଲେ ମଧ୍ୟ ନିୟମିତ ବ୍ୟବଧାନରେ ପାଣି, ଲସି, ତୋରାଣି କିମ୍ବା ଓଆରଏସ (ORS) ପାଣି ପିଅନ୍ତୁ।ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।ବାହାରକୁ ଯିବା ସମୟରେ ଛତା, ଚଷମା, ଏବଂ ଟୋପି ବ୍ୟବହାର କରନ୍ତୁ। ଶରୀରକୁ ଢାଙ୍କି ରଖୁଥିବା ହାଲୁକା ରଙ୍ଗର ସୁତା କପଡ଼ା ପିନ୍ଧନ୍ତୁ।

Odisha’s No.1 Odia Daily

Share