ଆଜବେଷ୍ଟସକୁ ସାବଧାନ…

ଆଜବେଷ୍ଟସ ସଂସ୍ପର୍ଶରେ ଆସିଲେ ମଣିଷର ଫୁସଫୁସରେ ଦୀର୍ଘଦିନ ଧରି ସଂକ୍ରମଣ ହୋଇ ଏଥିରୁ କ୍ଷତ ହୋଇ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱନ ନେବାରେ କଷ୍ଟ ହେବା ସହିତ କାଶ, ଧଇଁ ପେଲିହେବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳେ। ଏଭଳି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଫୁସଫୁସ କର୍କଟ, ମେସୋଥେଲିଓମା, ପ୍ଲୁରାଲ ଫାଇବ୍ରୋସିସ, ହାର୍ଟ ସମସ୍ୟା ଆଦି ସୃଷ୍ଟି ହେବାର ଆଶଙ୍କା ଥାଏ।
ଆଜବେଷ୍ଟସ ଘରେ ବାସ କଲେ ଅବା ଆଜବେଷ୍ଟସ ତିଆରି ହେଉଥିବା ଶିଳ୍ପ ସଂସ୍ଥାରେ କାମ କଲେ ଏହି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ। ସମସ୍ତ ପ୍ରକାରର ଆଜବେଷ୍ଟସ ଯୋଗୁ ଏହି ସମସ୍ୟା ହୋଇଥାଏ। ଆଜବେଷ୍ଟସ ସଂସ୍ପର୍ଶ କେତେ ଦିନ ଧରି ସମ୍ପୃକ୍ତ ବ୍ୟକ୍ତି ରହିଛନ୍ତି ତାହା ଜାଣିବା ପରେ ଉପଯୁକ୍ତ ମେଡିକାଲ ଇମେଜିଙ୍ଗ କରି ସମସ୍ୟାକୁ ଚିହ୍ନଟ କରାଯାଏ । ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ ପୁଲମୋନାରୀ ଫାଇବ୍ରୋସିସ ସମସ୍ୟା।
ଆଜବେଷ୍ଟସ ସମସ୍ୟା ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିଲେ ମଧ୍ୟ ଇନଫ୍ଲୁଏଞ୍ଜା ଟିକା, ନିମୋକୋକାଲ ଟିକା, ଆବଶ୍ୟକ ସଚେତନତା ସହାୟକ ଯତ୍ନ, ଧୂମପାନ ବନ୍ଦ ଓ ଅମ୍ଳଜାନ ଥେରାପି ଦ୍ୱାରା ଚିକିତ୍ସା କରାଯାଇଥାଏ । ୨୦୧୫ରେ ଏହି ସମସ୍ୟା ଯୋଗୁ ପୃଥିବୀରେ ୧୫୭,୦୦୦ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୬୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସମସ୍ୟାକୁ ପ୍ରତିରୋଧ କରିବା ପାଇଁ କେତେକବ ଦେଶରେ ଆଜବେଷ୍ଟସର ବ୍ୟବହାର ଉପରେ କଟକଣା ଜାରି ହୋଇଛି।