ସାବଧାନ ! ଭାକ୍ସିନ୍‌ କେନ୍ଦ୍ରରୁ ନ ହେଉ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗି ରହୁଛି। ଲୋକେ କରୋନା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବା ଦେଖାଯାଉଛି। ଏହା ଦ୍ୱାରା ମହାମାରୀ ପୁଣି ତାଣ୍ଡବ ରଚିବା ଆଶଙ୍କା ସୃଷ୍ଟି ହୋଇଛି। ଭାକ୍ସିନ୍‌ର ଅଭାବ ଯୋଗୁ ଉତ୍ତରପ୍ରଦେଶର ନୋଏଡ଼ା, ମଧ୍ୟପ୍ରଦେଶର ଗ୍ବାଲିୟର ସମେତ ଦେଶର ଅନ୍ୟ କେନ୍ଦ୍ରରେ ଭାକ୍ସିନ୍‌ ନେବା ଲାଗି ବହୁ ସଂଖ୍ୟକ ଲୋକ ପହଞ୍ଚୁଛନ୍ତି। ସେମାନଙ୍କୁ ନିୟନ୍ତ୍ରର କରିବା ସମ୍ଭବ ହେଉନାହିଁ। ଲୋକେ ସାମାଜିକ ଦୂରତା ବଜାୟ ରଖିବା କ୍ଷେତ୍ରରେ ସଚେତନ ହେଉ ନ ଥିବା ବିଭିନ୍ନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଭଳି ଜାରି ରହିଲେ ଭାକ୍ସିନ୍‌ କେନ୍ଦ୍ରଗୁଡ଼ିକରୁ ହିଁ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଥିବା ଚିକିତ୍ସା ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share