ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଓମିକ୍ରନ କେବଳ ଜିନୋମ ସିକ୍ୱେନ୍ସିଙ୍ଗ ଦ୍ୱାରା ଚିହ୍ନଟ ହୋଇପାରିଥାଏ। ଅପରପକ୍ଷରେ ଭାରତରେ ଆବଶ୍ୟକତା ଅନୁଯାୟୀ ଜିନୋମ ସିକ୍ୱେନ୍ସିଙ୍ଗ କରାଯାଉ ନାହିଁ, ତେଣୁ ଓମିକ୍ରନ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଅଧିକ ହେବାର ଆଶଙ୍କା ରହିଛି।

ବିଶେଷଜ୍ଞ ଓମିକ୍ରନ୍‌କୁ ଡେଲ୍‌ଟା ଭାରିଆଣ୍ଟ୍‌ ତୁଳନାରେ କମ ବିପଜ୍ଜନକ ବୋଲି କହୁଥିଲେ ମଧ୍ୟ ଏହାର ସଂକ୍ରମଣ ପ୍ରକୃତି ଉପରେ ଅଧିକ ସୂଚନା ସଂଗ୍ରହ ପାଇଁ ନିରନ୍ତର ଗବେଷଣା ଚାଲିଛି। ଜାପାନର ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ କରୋନା ଭାଇରସର ପୁରୁଣା ଭାରିଆଣ୍ଟ୍‌ ଅପେକ୍ଷା ପ୍ଲାଷ୍ଟିକ ପୃଷ୍ଠରେ ଏବଂ ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହି ପାରିବ।

ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ମଣିଷ ତ୍ୱଚାରେ ୨୧ ଘଣ୍ଟା ବଞ୍ଚିପାରେ ଏବଂ ପ୍ଲାଷ୍ଟିକ ପୃଷ୍ଠରେ ଆଠ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ। ଜାପାନର ବୈଜ୍ଞାନିକମାନେ କରୋନା ଭାଇରସ ର ସମସ୍ତ ପ୍ରକାରର ପରିବେଶ ସ୍ଥିରତା ଯାଞ୍ଚ୍‌ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଉହାନ ଭାରିଆଣ୍ଟ୍‌ ତୁଳନାରେ ଆଲ୍‌ଫା, ବିଟା, ଡେଲ୍‌ଟା ଏବଂ ଓମିକ୍ରନ୍‌ ମଣିଷ ତ୍ୱଚା ଏବଂ ପ୍ଲାଷ୍ଟିକରେ ଦୁଇଗୁଣରୁ ଅଧିକ ସମୟ ବଞ୍ଚିପାରିବ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପ୍ରକାରର ପରିବେଶ ସ୍ଥିରତା ଅତ୍ୟନ୍ତ ଚିନ୍ତାଜନକ। କାରଣ ଯୋଗାଯୋଗ ମାଧ୍ୟମରେ ଓମିକ୍ରନ୍‌ର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି।

ଗବେଷକମାନେ କହିଛନ୍ତି ଯେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଓମିକ୍ରନ ଦୀର୍ଘ ସମୟ ଧରି ପରିବେଶରେ ସକ୍ରିୟ ରହିପାରୁଥିବା କାରଣରୁ ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଫଳରେ ଓମିକ୍ରନ୍‌ ଭାରିଆଣ୍ଟ ଶୀଘ୍ର ଡେଲ୍‌ଟା ଭଳି ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିବା ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri