କାନରେ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ

ଅଧିକାଂଶ ଲୋକ କାନରେ ଇଅରଫୋନ ଲଗାଇ କଥା ହେବା କିମ୍ବା ଗୀତ ଶୁଣିବା ନିତିଦିନିଆ ଅଭ୍ୟାସ। କିନ୍ତୁ ଏହା କାନ ପାଇଁ ଯେ କେବେ କ୍ଷତିକାରକ ତାହା ସେମାନଙ୍କୁ ଜଣା ନ ଥାଏ। ଦୀର୍ଘ ସମୟ ଧରି ଇଅରଫୋନ ବ୍ୟବହାର କରିବା ଦ୍ବାରା କାନ ଉପରେ ଖରାପ ପ୍ରଭାବ ପଡେ। ଯଦି ଫୁଲ ଭଲ୍ୟୁମ ଅର୍ଥାତ ୭୫ରୁ ୮୫ ଡେସିବଲ ଶବ୍ଦରେ ଗୀତ ଶୁଣାଯାଏ ତେବେ ସ୍ଥାୟୀ କିମ୍ବା ଅଧା କାଲା ହେବାର ସମସ୍ୟା ଦେଖାଯାଏ। ଏଭଳି ଭାବେ ଲଗାତର ୩ରୁ ୪ ଘଣ୍ଟା ଇଅରଫୋନ ବ୍ୟବହାର କଲେ କାନକୁ ଅଧିକ କ୍ଷତି ପହଞ୍ଚିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ ଇଅରଫୋନ୍‌ ବ୍ୟବହାର ସବୁବେଳେ ୭୫ ଡେସିବଲ ଶବ୍ଦରେ କରିବା ଉଚିତ। ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଇଅରଫୋନ ବ୍ୟବହାର କରନ୍ତୁ। ଏହାଠାରୁ ଅଧିକ ସମୟ ଇଅରଫୋନ ବ୍ୟବହାର କଲେ କାନ ପରଦା ନଷ୍ଟ ହେବାର ଆଶଙ୍କା ରହିଛି। ଲଗାତର ଇଅରଫୋନ ବ୍ୟବହାର କରିବା ଦ୍ବାରା ଶୁଣିବା କ୍ଷମତା ୪୦ରୁ ୫୦ ଡେସିବଲ ପର୍ଯ୍ୟନ୍ତ କମ ହୋଇଯାଏ।