ଅଧିକ ମୋବାଇଲ୍ ଦେଖୁଥିଲେ ସାବଧାନ! ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଜିକାଲି ହାଇଟେକ୍‌ ଯୁଗରେ ମୋବାଇଲର ବ୍ୟବହାର କେତେ ବହୁଳ ହୋଇଯାଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏବେ ଅନେକ କାମରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଶେଷଭାବରେ ଯୁବପିଢ଼ି ଅଧିକ ମୋବାଇଲ୍‌ ବ୍ୟବହାର କରୁଥିବାର ଏକ ସର୍ଭେରୁ ଜଣାପଡିଛି। ତେବେ ଆବଶ୍ୟକତାଠାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରୁଥିଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବାର ଆଶଙ୍କା ରହିଛି। ଏହାଦ୍ୱାରା ବିଶେଷଭାବରେ ହାତ ଆଙ୍ଗୁଠିର ଚର୍ମ ପ୍ରଭାବିତ ହୋଇପାରେ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଏଭଳି ସିଦ୍ଧାନ୍ତରେ ପହଞ୍ଚତ୍ବା ପୂର୍ବରୁ ସେମାନେ ପ୍ରତିଦିନ ଅଧିକ ସମୟ ମୋବାଇଲ ବ୍ୟବହାର କରୁଥିବା କେତେକ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିର ଚର୍ମକୁ ପରୀକ୍ଷା କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଚର୍ମଜନିତ ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏଥିରୁ ରକ୍ଷା ପାଇବା ଲାଗି ସୀମିତ ସମୟ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅତି ଆବଶ୍ୟକ ନ ଥିଲେ ଏହାଠାରୁ ଦୂରେଇ ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share