Categories: ଫୁରସତ

ସାବଧାନ ! ରୁଟି ତିଆରି ବେଳେ କରନ୍ତୁ ନାହିଁ ଏଭଳି…

ରୁଟି ଖାଇବାକୁ ସ୍ବାଦିଷ୍ଟ  ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଠିକ୍‌ ଭାବେ ତିଆରି କରିବା ଜରୁରୀ। ରୁଟି ତିଆରି କରିବାରେ ଭୁଲ ଏହାର ପୁଷ୍ଟିକରି ତତ୍ୱ ଶରୀରରେ ପହଞ୍ଚିବାକୁ ଦିଏ ନାହିଁ। ଅଟା ଚକଟିବାଠାରୁ ଆରମ୍ଭ କରି ରୁଟି ବେଳିବା ପର୍ଯ୍ୟନ୍ତ, ସବୁକିଛି ଠିକ ଭାବେ କଲେ ପୋଷକ ତତ୍ତ୍ୱର ସୁଫଳ ମିଳିପାରିଥାଏ। ଠିକଉପାୟରେ କରିବା ଦ୍ୱାରା ଏହାର ଲାଭ ମିଳିଥାଏ। ରୁଟି ତିଆରି କରିବା ସମୟରେ ହୋଇଥିବା ଭୁଲଗୁଡିକ ବିଷୟରେ ଅବଗତ ହେଲେ ସମସ୍ୟା ରହିବ ନାହିଁ।

ଅନେକ ଲୋକ ଅଟା ଚକଟିବା ପରେ ରୁଟି ବେଲିବା ଆରମ୍ଭ କରନ୍ତି। ତେବେ ଏହା କରିବା ଉଚିତ ନୁହେଁ। ଅଟାକୁ ଚକଟିବା ପରେ ଏହାକୁ କିଛି ସମୟ ରଖିବା ଉଚିତ ଯାହା ଦ୍ୱାରା ଏହା ଫର୍ମେଣ୍ଟେଶନ ହୋଇ ପାରିବ। ଫଳରେ ରୁଟି ନରମ ହେବ। ଅଟା ଚକଟିବା ପରେ ଏଥିରେ ସୃଷ୍ଟି ହେଊଥିବା ଉପକାରୀ ବ୍ୟାକ୍ଟେରିଆ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ଆଧୁନିକ ଶୈଳୀରେ ଲୋକେ ନନ-ଷ୍ଟିକ ପ୍ୟାନରେ ରୁଟି ସେକିଥାନ୍ତି। ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ। ରୁଟି ଏକ ଲୁହା ପ୍ୟାନରେ ସେକିବା ଉଚିତ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ।

ପ୍ରାୟତଃ ଲୋକମାନେ ରୁଟିକୁ ଆଲୁମିନିୟମ ଫଏଲରେ ଗୁଡ଼ାଇ ରଖିଥାନ୍ତି। ଯାହାଦ୍ୱାରା ଏହା ଗରମ ରହିଥାଏ। କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଇଥାଏ। ରୁଟିକୁ ଫଏଲ ବଦଳରେ ଏକ କପଡ଼ାରେ ଗୁଡ଼ାଇ ରଖିଲେ ଭଲ।

ପ୍ରାୟତଃ ଲୋକେ ମଲ୍ଟିଗ୍ରେନ ଅଟାରେ ତିଆରି ରୁଟି ଖାଇବାକୁ ପସନ୍ଦ କରନ୍ତି। ଏହା କରିବା ଠିକ ନୁହେଁ। ଡାଏଟିଟିସିଆନଙ୍କ ଅନୁଯାୟୀ, ଗୋଟିଏ ପ୍ରକାର ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଅଧିକ ଲାଭଦାୟକ ଅଟେ।

 

Share