ଜାଣି ରଖନ୍ତୁ

ଡେଙ୍ଗୁର ଶିକାର ହୋଇ କିଛି ଲୋକ ମୃତ୍ୟୁମୁଖରେ ବି ପଡ଼ିଥାନ୍ତି। ତେଣୁ ଠିକ୍‌ ସମୟରେ ଏହି ରୋଗର ଚିକିତ୍ସା କରିବା ଉଚିତ। ତେବେ ଘରୋଇ ଉପାୟରେ ମଧ୍ୟ ଏହି ରୋଗର ଚିକିତ୍ସା କରିହେବ….
ଡେଙ୍ଗୁ ହୋଇଥିଲେ ପଇଡ଼ପାଣି ପିଅନ୍ତୁ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ।
ତୁଳସୀପତ୍ରକୁ ସିଝାଇ ସେହି ପାଣି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
ମେଥିପତ୍ରକୁ ସିଝାଇ ସେହି ପାଣିକୁ ଉଷୁମ ଥିବାବେଳେ ପିଇଲେ ଡେଙ୍ଗୁ ପାଇଁ ଭଲ ହୋଇଥାଏ।
ଅମୃତଭଣ୍ଡାର ପତ୍ରର ଜୁସ୍‌ ପିଇଲେ ଡେଙ୍ଗୁ ପାଇଁ ଭଲ।
ଡାଳିମ୍ବ ଅଧିକ ଖାଆନ୍ତୁ, ଡେଙ୍ଗୁ ହୋଇଥିଲେ ଦୁର୍ବଳ ଅନୁଭବ କମିଯିବ।
ଖାଦ୍ୟରେ ହଳଦୀ ଅଧିକ ବ୍ୟବହାର କରନ୍ତୁ।
ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଗୁଳୁଚି ଜୁସ୍‌ ପିଅନ୍ତୁ। ଗୁଳୁଚି ଏବଂ ତୁଳସୀ ମିଶାଇ କାଢ଼ା କରି ପିଇଲେ ଡେଙ୍ଗୁରୁ ରକ୍ଷା ମିଳିଥାଏ।