ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆପୋଷ ବୁଝାମଣା ପରେ ଗେଟ୍‌ ତାଲା ଖୋଲା ଯାଇଥିଲା। ଘଟଣାରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ଏବଂ ଭାଜପା କର୍ମକର୍ତ୍ତା ସାମିଲ ଥିଲେ।

ପ୍ରକାଶ ଯେ, ଏମ୍‌ପିଙ୍କ ପ୍ରତିନିଧି ଓ ଅନ୍ୟ କେତେଜଣ ଭାଜପା କର୍ମକର୍ତ୍ତା ବ୍ଲକ କାର୍ଯ୍ୟାଳୟକୁ କେତେକ କାମ ନେଇ ଆସିଥିଲେ। ସେଠାରେ ସେମାନେ ବିଡିଓ ଗୀତା ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ହେଲେ କୌଣସି ନିର୍ଦ୍ଦିଷ୍ଟ କାମ ନ ଥାଇ ବାରମ୍ବାର କାହିଁକି ଏତେ ସଂଖ୍ୟକ ଲୋକ ଆସୁଛ ବୋଲି ବିଡିଓ ସେମାନଙ୍କୁ କହିଥିଲେ। ଏନେଇ ବିଡିଓ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା କର୍ମୀ ବିଡିଓ ଅଫିସରେ ଥିବା ବେଳେ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଭାଜପା କର୍ମୀଙ୍କ କହିବା ଅନୁସାରେ, ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ଯାଇଥିବା ବେଳେ ବିଡିଓ ତାଙ୍କୁ ଭଲ ବ୍ୟବହାର କରି ନ ଥିବା ଅଭିଯୋଗ କରିଛନ୍ତି।

ଏନେଇ ବିଡିଓ ମୁର୍ମୁ କହିଛନ୍ତି, ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା ସମର୍ଥକମାନେ ବାରମ୍ବାର ଆସୁଥିବାରୁ କାହିଁକି ଏତେ ସଂଖକ ଆସୁଛ, ଜଣେ କି ଦୁଇଜଣ ଆସି କଥାବାର୍ତ୍ତା କରିବାକୁ କହିଥିଲେ। ଏଥିରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ସେମାନେ ବୁଝିବା ପରେ ତାଲା ଖୋଲି ଥିଲେ।

ଅନ୍ୟପକ୍ଷେ ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି, ସରକାରୀ ଦଳର ହୋଇଥିବାରୁ ଆଜି ଦୁଇ ମଣ୍ଡଳର ସଭାପତି ଓ ଅନ୍ୟମାନେ କେତେକ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। ତେବେ କାହିଁକି ଏତେ ସଂଖ୍ୟାରେ ଆସିଛ ବୋଲି କହି ବିଡିଓ ଦୁର୍ବ୍ୟବହାର କରିଥିଲେ। ଏହାର ପ୍ରତିବାଦ ସ୍ବରୂପ ଫାଟକ ନିକଟରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲୁ। ପରେ ତାଲା ଖୋଲି ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

କାହିଁକି ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡୁଛି ଡ୍ରୋନ୍‌: ୭ ଶହ ଜଣ ନେଲେଣି ଫୋନ୍‌

ପୁରୀ,୨୧।୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍‌ ଏଯାବତ୍‌…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

ବନ୍ଧାହେଲେ କୋଟିପତି ଫରେଷ୍ଟର: ୯ ଦାମୀ ପ୍ଲଟ ସହ ମିଳିଥିଲା…

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri