ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ବଲାଙ୍ଗୀର ଅଫିସ,୨୬।୯: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବିଡିଓ ବିନୋଦ ନାଏକ। ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଡିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବ୍ଲକ୍‌ରୁ ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଠିକାଦାର ଗୋପାଳ ବେହେରାଙ୍କଠାରୁ ଲାଞ୍ଚ ନେଉଥିଲେ। ସେହି ସମୟରେ ଦେଉଳଗୁଡି ଛକରେ ବରଗଡ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ଏହାସହ ଗୁଡଭେଲା ଅଫିସ ଓ ତୁଷୁରା ସରକାରୀ କ୍ୱାର୍ଟର୍ସ ସମେତ ବଲାଙ୍ଗୀର ସାଗରପଡାରେ ଥିବା ଘରେ ଭିଜିଲାନ୍ସ ଚଢାଉ କରି ଛାନ୍‌ଭିନ ଆରମ୍ଭ କରିଛି।