ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା(ପିଆଇ) ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜିମାତ୍ କରିଛି। ସଭାପତି ସମେତ ୪ଟି ପଦବୀ ପୋଛି ନେଇଛି ବିସିଜେଡି।
ତାହା ପୁଣି ବିପୁଳ ଭୋଟରେ ଏବିଭିପି ପ୍ରାଥୀଙ୍କୁ ପରାସ୍ତ କରି। ସଭାପତି ଭାବେ ଇନ୍ଦ୍ରାଶିଶ ବେହେରା, ଉପସଭାପତି ଅଞ୍ଜଳି ନାୟକ, ସଂଘ ସମ୍ପାଦକ ଅମିତ ବାଗ ଓ ସହକାରୀ ସମ୍ପାଦକ ଭାବେ ଯୋଗେଶ କୁମାର ନିର୍ବାଚିତ ହୋଇଛନ୍ତି। ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବଳିଷ୍ଠ ନେତୃତ୍ୱ ସହ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସଙ୍ଘର୍ଷ ଯୋଗୁ ଏହି ସଫଳତା ମିଳିଥିବା ଜଣାପଡିଛି।