Categories: ଖେଳ

ଅଲିମ୍ପିକ୍‌ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍‌ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ। ରବିବାର ବସିଥିବା ବିସିସିଆଇର ଆପେକ୍ସ କାଉନ୍ସିଲ ବୈଠକରେ ଏ ସକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହ ଯୋଗଦେଇଥିଲେ।

ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଆଥ୍‌ଲେଟଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛି ବିସିସିଆଇ। ଆପେକ୍ସ କାଉନ୍ସିଲ ପକ୍ଷରୁ ଏଥି ନେଇ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖେଳାଳିଙ୍କ ପ୍ରସ୍ତୁତି ଓ ଟ୍ରେନିଂରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାର ଅଛି। ଲି ନିଙ୍ଗ କମ୍ପାନୀ କିଟ୍‌ ପ୍ରାୟୋଜକରୁ ହଟିଯାଇଥିବାରୁ ବିସିସିଆଇ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଅର୍ଥ ବିଭିନ୍ନ ଉପାୟରେ ଭାରତୀୟ ଆଥ୍‌ଲେଟଙ୍କ ଟ୍ରେନିଂରେ ଲାଗିବ।

Share