ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ବଡ଼ ଘୋଷଣା କରିଛନ୍ତି। ବିସିସିଆଇ ପକ୍ଷରୁ ଦେଶର ବିଭିନ୍ନ କୋଣକୁ ଦୁଇ ହଜାର ୧୦-ଲିଟର ଅକ୍ସିଜେନ କନସେନଟ୍ରେଟର୍ସ ଯୋଗାଇଦିଆଯିବ। ଏ ନେଇ ବୋର୍ଡ ପକ୍ଷରୁ ସୋମବାର ଏକ ବିବୃତିରେ କୁହାଯାଇଛି।

” ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ମେଡିକାଲ ଓ ସ୍ବାସ୍ଥ୍ୟସେବା ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେମାନେ ପ୍ରକୃତରେ ଫ୍ରଣ୍ଟଲାଇନ ଯୋଦ୍ଧା। ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ସବୁ କିଛି କରୁଛନ୍ତି। ବୋର୍ଡ ପାଇଁ ସ୍ବାସ୍ଥ୍ୟ ଓ ସୁରକ୍ଷା ସର୍ବଦା ଶୀର୍ଷରେ ଏବଂ ଏଥି ଲାଗି ପ୍ରତିବଦ୍ଧ। ପ୍ରଭାବିତଙ୍କୁ ତୁରନ୍ତ ଅକ୍ସିଜେନ କନସେନଟ୍ରେଟର୍ସ ଯୋଗାଇ ଦିଆଯିବ “ ବୋଲି ବିସିସିଆଇ ମୁଖ୍ୟ ଗାଙ୍ଗୁଲି କହିଛନ୍ତି।

Share