Categories: ଖେଳ

ଆଇପିଏଲ୍‌କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ନକ୍‌ଆଉଟ୍‌ ମୁକାବିଲା ପାଇଁ ଏବେ ବିଚାର ଜାରି ରହିଥିବା ସେ ସୂଚନା ଦେଇଛନ୍ତି।
ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି, ଚଳିତ ବର୍ଷ ଆଇପିଏଲ୍‌ କେବଳ ଭାରତରେ ଆୟୋଜିତ ହେବ, ଯଦି କରୋନା ମାମଲା ଅଧିକ ନ ହୁଏ ତେବେ ଦେଶରେ ଆଇପିଏଲ ଆୟୋଜନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ଆଇପିଏଲ ୨୦୨୨ର ଲିଗ ମ୍ୟାଚ ଖେଳାଯିବ। ଏହି ସମସ୍ତ ମ୍ୟାଚ ମୁମ୍ବାଇ, ନଭି ମୁମ୍ବାଇ ଏବଂ ପୁଣେରେ ଅନୁଷ୍ଠିତ ହେବ। ପ୍ଲେ ଅଫ ମ୍ୟାଚ ପାଇଁ ସହର ଏବଂ ଷ୍ଟାଡିୟମ ପରେ ନିଷ୍ପତ୍ତି ନିଆଯିବ। ଏହି ଦୌଡ଼ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଆଗରେ ରହିଛି।

Share