Categories: ଖେଳ

ବଡ ଭାଇଙ୍କୁ କରୋନା ହେବା ପରେ କ୍ୱାରାଣ୍ଟାଇନ୍‌ରେ ଏହି ପ୍ରସିଦ୍ଧ କ୍ରିକେଟର

କୋଲକତା,୧୬।୭: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୋମ କ୍ୱାରାଣ୍ଟାଇନ୍‌ରେ ରହିିଛନ୍ତି। ତାଙ୍କ ବଡ଼ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ଯୁଗ୍ମ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି।  କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ଜଣେ ଅଧିକାରୀ କହିଛନ୍ତି ଯେ, ସ୍ନେହାଶିଷ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ। ବୁଧବାର ଦିନ ତାଙ୍କର କୋଭିଡ ୧୯ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରୋଟୋକଲ ଗ୍ରହଣ କରି ଗାଙ୍ଗୁଲି କିଛି ଦିନ ହୋମ କ୍ୱାରାଣ୍ଟାଇନ୍‌ରେ ରହିବେ।

Share