Categories: ଖେଳ

କୋହଲିଙ୍କ ଖରାପ ଫର୍ମକୁ ନେଇ ଜବାବ ରଖିଲେ ଗାଙ୍ଗୁଲି

ଲଣ୍ଡନ,୧୪।୭: ଗତ କିଛି ବର୍ଷ ହେଲା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଗତ ଅଢେଇ ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କ ଫର୍ମ ନେଇ ଅନେକ ଆଲୋଚନା ମଧ୍ୟ ହେଉଛି। ତାଙ୍କୁ ଦଳରୁ ବାଦ୍‌ ଦେବାକୁ କିଛି ପୂର୍ବତନ କ୍ରିକେଟର୍‌ମାନେ ମଧ୍ୟ ଦାବି କରୁଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେ ଆଶା ରଖିଛନ୍ତି, ଖୁବ ଶୀଘ୍ର ବିରାଟ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିବେ।
ଲଣ୍ଡନରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ରନ କରିଛନ୍ତି। ଗତ କିଛି ଦିନ ତାଙ୍କ ପାଇଁ କଠିନ ରହିଛି ଏବଂ ସେ ନିଜେ ଏହା ଜାଣନ୍ତି। ବିରାଟ ଭାରତ ପାଇଁ ଜଣେ ଉଚ୍ଚସ୍ତରୀୟ ଖେଳାଳି। ସେ ନିଶ୍ଚିତ ଭାବରେ ପୁନର୍ବାର ରନ ସ୍କୋର କରିବେ। ଅତୀତରେ ଅନେକ ମହାନ କ୍ରିକେଟରଙ୍କ ସହିତ ମଧ୍ୟ ଏହା ଘଟିଛି। ସଚିନ ତେନ୍ଦୁଲକର ହୁଅନ୍ତୁ, ରାହୁଲ ଦ୍ରାବିଡ କିମ୍ବା ମୁଁ, ସମସ୍ତେ ଏଭଳି ପର୍ଯ୍ୟାୟ ଦେଇ ଗତି କରିଛୁ। ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଆହୁରି ଅନେକ ଖେଳାଳିଙ୍କ ସହିତ ଘଟିବ। ଏହା ଖେଳର ଏକ ଅଂଶ। ଏହାକୁ ନେଇ ଅଧିକ ଚର୍ଚ୍ଚା କରିବା ଠିକ୍‌ ନୁହେଁ।
ଲଣ୍ଡନରେ ବ୍ରିଟିଶ ସଂସଦ ଦ୍ୱାରା ଗାଙ୍ଗୁଲିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବ୍ରିଟିଶ ସଂସଦ ମୋତେ ଜଣେ ବଙ୍ଗାଳୀ ଭାବରେ ସମ୍ମାନିତ କରିଥିବାରୁ ମୁଁ ଖୁସି ବୋଲି ଗାଙ୍ଗୁଲି କହିଛନ୍ତି।

Share