Categories: ଖେଳ

ଏସିଆ କପ ପାଇଁ ଭାରତର ଐତିହାସିକ ପଦକ୍ଷେପ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ରାଜୀବ ଶୁକ୍ଲା ଯିବେ ପାକିସ୍ତାନ

ନୂଆଦିଲ୍ଲୀ,୨୬।୮: ପାକିସ୍ତାନ ଏବଂ ଶ୍ରୀଲଙ୍କା ମାଟିରେ ଅନୁଷ୍ଠିତ ହେବ ଏସିଆ କପ। ଏହି ସମୟରେ ଖବର ରହିଛି ଯେ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତ କରିବେ। ସେପ୍ଟେମ୍ବର ୪ରେ ଲାହୋରରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲା ସାମିଲ ହେବେ। ଏହି ପଦକ୍ଷେପକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସହ ଜଡିତ ସମ୍ପର୍କକୁ ସୁଦୃ କରିବା ପାଇଁ ଏକ ପଦକ୍ଷେପ ବୋଲି ମଧ୍ୟ କୁହାଯାଇପାରେ। ଅଗଷ୍ଟ ୩୦ରୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନରେ ଖେଳାଯିବ।

ଏସିଆ କପ ଆୟୋଜନ କରିବାର ଅଧିକାର ଏଥର ପାକିସ୍ତାନରେ ଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନକୁ ଟିମ୍‌ ପଠାଇବାକୁ ମନା କରିଦେଇଛି। ବହୁ ବିବାଦ ପରେ ପାକିସ୍ତାନ ସହିତ ଶ୍ରୀଲଙ୍କାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସିଆ କପର ୫ଟି ମ୍ୟାଚ ପାକିସ୍ତାନରେ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳିବ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ପାକିସ୍ତାନରେ ମଧ୍ୟ ଖେଳାଯିବ।

Share