Posted inଖେଳ

ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହା ଆଇପିଏଲ୍‌କୁ ମଧ୍ୟ ପ୍ରଭାବିତ କରିବ । ଏହି କାରଣରୁ ସମ୍ପୂର୍ଣ୍ଣ ଆଇପିଏଲ୍‌ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଯଦି ସବୁକିଛି ଠିକ୍‌ ଥିବ ତେବେ ଆଇପିଏଲ୍‌ ୨୦୨୪ ମାର୍ଚ୍ଚ ୨୨ରୁ ମେ ଶେଷ ମଧ୍ୟରେ କରାଯିବ।

ଖବର ଅନୁଯାୟୀ, ବିସିସିଆଇ ଆଇପିଏଲ ୨୦୨୪ ପାଇଁ ୱିଣ୍ଡୋ ସ୍ଥିର କରିଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଏହା ସହିତ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଯଦି ଜୋସ ହାଜଲେଉଡ୍‌ଙ୍କୁ ଛଡାଯାଏ, ତେବେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ହେବେ। ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଖେଳାଳିମାନେ ମଧ୍ୟ ସମସ୍ତ ସିଜନରେ ଉପଲବ୍ଧ ରହିବେ।

ବାଂଲାଦେଶ ଖେଳାଳି ତାସ୍କିନ ଅହମ୍ମଦ ଏବଂ ଶୋରଫୁଲ ଇସଲାମ ଆଇପିଏଲ୍‌ ୨୦୨୪ରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଦୁଇ ଖେଳାଳିଙ୍କ ନାମ ମଧ୍ୟ ନିଲାମରେ ଅନ୍ତର୍ଭୂକ୍ତ ହେବ ନାହିଁ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ, କ୍ରିକେଟ ୱେଷ୍ଟଇଣ୍ଡିଜ, କ୍ରିକେଟ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଏବଂ ଜିମ୍ବାୱେ କ୍ରିକେଟ ବୋର୍ଡ ମଧ୍ୟ ବିସିସିଆଇକୁ କହିଛନ୍ତି ଯେ, ସେମାନଙ୍କ ଖେଳାଳିମାନେ ସମଗ୍ର ଆଇପିଏଲ ସିଜନ୍‌ରେରେ ଉପଲବ୍ଧ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri