Categories: ଖେଳ

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ରେ ମିଳିପାରେ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୪।୧: ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ସିରିଜ୍‌। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁଜରାଟର ଅହମ୍ମଦାବାଦ୍‌ସ୍ଥିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଷ୍ଟାଡିୟମକୁ ଫ୍ୟାନଙ୍କ ପାଇଁ ଖୋଲିବାକୁ ଚିନ୍ତା କରୁଛି। ହେଲେ ଅନ୍ତିମ ନିଷ୍ପତ୍ତି ନେବେ ରାଜ୍ୟ ସରକାର।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ୍‌ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡିୟମ ଖୋଲିବାକୁ ଚାହୁଁଛୁ। କେତେ ସଂଖ୍ୟାରେ ଟିକେଟ ବିକ୍ରି କରାଯିବ, ସେହି ସମ୍ପର୍କରେ ଆମେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହୁଁ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ଚିନ୍ତା କରୁଛୁ। କିନ୍ତୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଦର୍ଶକଙ୍କ ସୁରକ୍ଷାକୁ ଆମେ ପ୍ରଥମିକତା ଦେଉଛୁ ବୋଲି ବିସିସିଆଇ ଅଫିସିଆଲ କହିଛନ୍ତି।

Share