Posted inଖେଳ

ଏସିଆ କପ୍‌ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ !

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍‌କୁ ପଠାଇବ କି ନାହିଁ ତାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ସ୍ଥିତିରେ ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ ପଠାଇବାକୁ ବିସିସିଆଇ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ସରକାରଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରିବ।

ବିସିସିଆଇ ଏହାର ଏଜିଏମ୍‌(ଆନୁଆଲ ଜେନେରାଲ୍‌ ମିଟିଂ) ସମ୍ବନ୍ଧରେ ରାଜ୍ୟ କ୍ରିକେଟ ଆସୋସିଏଶନ୍‌କୁ ପଠାଇଥିବା ଚିଠିରେ ଭାରତୀୟ ଟିମ୍‌ର ପାକିସ୍ତାନ ଗସ୍ତ ବିଷୟରେ ଉଲ୍ଲେଖ କରିଛି। ଆସନ୍ତା ବର୍ଷ ୫୦ ଓଭର ବିଶିଷ୍ଟ ଏସିଆ କପ୍‌ରେ ଭାଗନେବାକୁ ଭାରତୀୟ ଟିମ୍‌କୁ ପାକିସ୍ତାନ ଯିବାକୁ ହେବ। ଏନେଇ ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ବିସିସିଆଇର ଏଜିଏମ୍‌ରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ତେବେ ୨୦୧୨-୧୩ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ। କେବଳ ବିଶ୍ୱକପ୍‌ ଏବଂ ଏସିଆ କପ୍‌ରେ ଦୁହେଁ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ଭାରତର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ। ଉଭୟ ଟିମ୍‌ ମଧ୍ୟରେ ସେତେବେଳେ ୩ ଟେଷ୍ଟ ଏବଂ ୫ ଦିନିକିଆ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୨ କ୍ୱାଲିଫାୟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏସିଆନ କ୍ରିକେଟ ପରିଷଦ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୪ଟି ଟୁର୍ନାମେଣ୍ଟ...

ମିଲ୍‌ଖାଙ୍କ ଓଡ଼ିଶା ଲିଙ୍କ୍‌: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ

ଭୁବନେଶ୍ୱର,୨୦।୬: ମିଲ୍‌ଖାଙ୍କ ଓଡ଼ିଶା ଲିଙ୍ଗ୍‌ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍‌ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍‌ରେ ଦୌଡ଼ି ଦୁଇଟି...

ମହମ୍ମଦ ଓ୍ବାସିମ ମୁଖ୍ୟ ଚୟନକର୍ତ୍ତା

ଇସ୍‌ଲାମାବାଦ, ୨୦ା୧୨-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶନିବାର ପୂର୍ବତନ ଟେଷ୍ଟ କ୍ରିକେଟର ମହମ୍ମଦ ଓ୍ବାସିମଙ୍କୁ ସିଲେକ୍ସନ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛି। ସେ ୨୦୨୩...

ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପୂର୍ଣ୍ଣଛେଦର ଦିନ

ନୂଆଦିଲ୍ଲୀ,୧୫।୮: ବିଶ୍ୱର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଠିକ୍‌ ବର୍ଷକ ତଳେ ଅର୍ଥାତ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

କୋହଲି ଶ୍ରେଷ୍ଠ:ୟୁସୁଫ

ନୂଆଦିଲ୍ଲୀ, ୧୪।୫-ସାମ୍ପ୍ରତିକ କ୍ରିକେଟରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ କିମ୍ବଦନ୍ତୀ କ୍ରିକେଟରମାନେ ଭିନ୍ନ ମତ ପୋଷଣ କରି ଆସୁଛନ୍ତି । ବିରାଟ କୋହଲି, ରୋହିତ...

ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୦ା୧: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ...

ଐଶ୍ୱର୍ଯ୍ୟା ଜିତିଲେ ଏଫ୍‌ଆଇଏମ୍‌ ବିଶ୍ୱକପ୍‌

ଭାର୍ପାଲୋଟା (ହଙ୍ଗେରୀ), ୧୨ା୮ (ପି.ଟି.)- ଐଶ୍ୱର୍ଯ୍ୟା ପିସା ପ୍ରଥମ ଭାରତୀୟ ମହିଳା ଭାବେ ମୋଟର ସ୍ପୋଟର୍‌ସରେ ଏକ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ...

କ୍ରିକେଟର, ଅମ୍ପାୟର, ସ୍କୋରରଙ୍କୁ ସାହାଯ୍ୟ କରିବାକୁ ପିସିବିର ଘୋଷଣା

କରାଚି,୪।୫(ପି.ଟି.): କରୋନା ଭାଇରସ ସଂକ୍ରମଣ ଓ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପ୍ରଥମଶ୍ରେଣୀ କ୍ରିକେଟର, ସ୍କୋରର, ଅମ୍ପାୟର ଓ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ...

Advertisement
Archives

Model This Week